ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ କୁଲ୍‌ତା ବାମରାର ବାଦଳପଡ଼ା, ଧନକଉଡ଼ା ବ୍ଲକର ‌‌ଗୋଶାଳା, ସମ୍ବଲପୁରର ପ୍ରଧାନପଡ଼ା, ସାକ୍ଷୀପଡ଼ା ରାଧାନଗର, ଏମ୍‌ସିଏଲ୍ ଜାଗୃତିବିହାର, ହୀରାକୁଦର ରିଭର୍ ସାଇଡ୍ କଲୋନିରୁ ଜଣେ‌ ଲେଖାଏଁ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ସେହିପରି ବୁର୍ଲାର ୩ ଜଣ ବ୍ୟକ୍ତି ଆକ୍ରାନ୍ତଙ୍କ ମଧ୍ୟରେ ରହିଥିବା ଜିଲ୍ଲା ପ୍ରଶାସନ ସୂତ୍ରୁରୁ ପ୍ରକାଶ। ଗତ ୨୫ ତାରିଖ ଦିନ ୧୦ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ। ଗତ ୨୬ ତାରିଖରୁ ଆଜି ସୁଦ୍ଧା ନିୟମିତ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି।

ମାସ୍କ ଯାଞ୍ଚ କଡ଼ାକଡ଼ି, ଜରିମାନା ଆଦାୟ
କେସିଙ୍ଗା : କୋରନାର ଦ୍ବିତୀୟ ଲହର ଆସିବା ପରେ ମାସ୍କ ଯାଞ୍ଚ ପୁଣିଥରେ କଡ଼ାକଡ଼ି କରାଯାଇଛି। କେସିଙ୍ଗା ଏନ୍‌ଏସି, ତହସିଲ ଓ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ରବିବାର ୩୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଚି। ଏନ୍‌ଏସି ନିର୍ବାହୀ ଅଧିକାରୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ତହସିଲଦାର ଗଣ୍ଡାରାମ ଖମାରୀ ଓ ସ୍ଥାନୀୟ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। କେସିଙ୍ଗା ଜୋଲୋକ ଓ ଉତ୍କେଲାରେ ପୁଣି କୋରନା ଲେଉଟିଲାଣି। ଲୋକେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ମାନୁନାହାନ୍ତି। ବାରମ୍ବାର ପ୍ରଚାର ପରେ ବି ମାନୁ ନଥିବାରୁ ପୁଣି ଧରପଗଡ଼ ଆରମ୍ଭ ହୋଇଛି।

The post ସମ୍ବଲପୁର: ଗୋଟିଏ ଦିନରେ ୧୧ ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/3tZDObK