
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ସଚିନ୍ ତେନ୍ଦୁଲକର୍ ଏବଂ ଖ୍ୟାତନାମା ବଲିଉଡ୍ ଅଭିନେତା ପରେଶ ରାଓ୍ଵଲ୍ କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।
ମୁମ୍ବାଇରେ ବାସ କରୁଥିବା ୪୭ ବର୍ଷିୟ ସଚିନ୍ ଆଜି ଟୁଇଟ୍ କରି ଲେଖିଛନ୍ତି, କୋଭିଡ୍କୁ ଦୂରେଇ ରଖିବା ଲାଗି ସୁନିଶ୍ଚିତ ହେବା ନିମନ୍ତେ ମୁଁ ନମୁନା ପରୀକ୍ଷା କରିବା ସହ ଅନୁମୋଦିତ ସମସ୍ତ ସତର୍କତା ଅବଲମ୍ବନ କରୁଥିଲି। କିନ୍ତୁ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ନମୁନା ପରୀକ୍ଷାରୁ ପଜିଟିଭ୍ ବୋଲି ଜଣାପଡ଼ିଲା। ଘରେ ଥିବା ବାକି ସମସ୍ତଙ୍କ ନମୁନା ନେଗେଟିଭ୍ ଆସିଛି। ଘରେ ଏକାନ୍ତବାସ କରିବା ସହ ଡାକ୍ତରମାନେ ଦେଇଥିବା ପରାମର୍ଶ ମାନି ଚଳୁଛି। ମତେ ଏବଂ ସମଗ୍ର ଦେଶରେ ଜନତାଙ୍କର ଯତ୍ନ ନେଉଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି।
ସେହିଭଳି ପ୍ରଖ୍ୟାତ ଅଭିନେତା ପରେଶ ରାଓ୍ଵଲ୍ଙ୍କ ନମୁନା ମଧ୍ୟ ପଜିଟିଭ୍ ଆସିଥିବା କଥା ସେ ନିଜେ ଟୁଇଟ୍ କରି ଜଣାଇଛନ୍ତି। ଗତ ୧୦ ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ନମୁନା ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ କହିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ଦୁର୍ଯୋଗକୁ ମୋର ନମୁନା କୋଭିଡ୍-୧୯ ପଜିଟିଭ୍ ହୋଇଛି। ଅନୁରୋଧ, ଗତ ୧୦ ଦିନ ହେବ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷ ଦୟାକରି ନମୁନା ପରୀକ୍ଷା କରାଇ ନିଅନ୍ତୁ।
ସୂଚନାଯୋଗ୍ୟ, ମାର୍ଚ ୯ ତାରିଖ ଦିନ ପରେଶ ରାଓ୍ଵଲ୍ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଥିଲେ। ସେ ସମୟର ଏକ ଫଟୋ ସେୟାର୍ କରି ସେ ଲେଖିଥିଲେ- ଭି ଫର୍ ଭ୍ୟାକ୍ସିନ୍ସ୍।
The post ସଚିନ୍ ତେନ୍ଦୁଲ୍କର୍ ଓ ପରେଶ ରାଓ୍ଵଲ୍ କୋଭିଡ୍-୧୯ ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/2PD0foo
0 Comments