ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ରାଜ୍ୟମାନଙ୍କ ପାଇଁ ନୂଆ କୋଭିଡ୍‌ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଆସନ୍ତା ଏପ୍ରିଲ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାବଳି କାର୍ଯ୍ୟକାରୀ ହେବ। ନୂଆ ନିର୍ଦ୍ଦେଶାବଳିରେ କେନ୍ଦ୍ର ସରକାର ବର୍ତ୍ତମାନ ସ୍ଥିତିରେ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି। ତେବେ ପରିସ୍ଥିତିକୁ ଦେଖି ରାଜ୍ୟମାନେ ଜିଲ୍ଲା, ଉପଜିଲ୍ଲା, ସହର ଏବଂ ୱାର୍ଡ ସ୍ତରରେ ଲକ୍‌ଡାଉନ୍‌ ଲାଗୁ କରିପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ତେବେ ଆନ୍ତଃ-ରାଜ୍ୟ ଏବଂ ରାଜ୍ୟ ଭିତରେ ବ୍ୟକ୍ତିବିଶେଷଙ୍କ ଗମନାଗମନ ଏବଂ ସାମଗ୍ରୀ ପରିବହନ ପାଇଁ କୌଣସି କଟକଣା ରହିବ ନାହିଁ ବୋଲି ଏହି ନ‌ିର୍ଦ୍ଦେଶାବଳିରେ କୁହାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବାହ‌ାରେ କୌଣସି କାର୍ଯ୍ୟ ଉପରେ କିଛି କଟକଣା ରହିବନି ବୋଲି ନିର୍ଦ୍ଦେଶାବଳିରେ କୁହାଯାଇଛି। ର‌ାଜ୍ୟମାନେ ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌ ଫର୍ମୁଲା ଉପରେ ଗୁରୁତ୍ବ ଦେବା ସହ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର କହିଛନ୍ତି।

The post କେନ୍ଦ୍ର ସରକାରଙ୍କ ନୂଆ କୋଭିଡ୍‌ ନିର୍ଦ୍ଦେଶାବଳି: ରାଜ୍ୟସାରା ଲକ୍‌ଡାଉନ୍‌ ହେବନି, ସ୍ଥିତି ଅନୁଧ୍ୟାନ କରି ରାଜ୍ୟମାନେ କଟକଣା ଜାରି କରିବେ first appeared on Sambad.

from କରୋନା | Sambad https://ift.tt/3lNyxBk