ମୁମ୍ବାଇ: ମହାରାଷ୍ଟ୍ରରେ ସଂକ୍ରମଣ ୨୫ ଲକ୍ଷ ଟପିଯାଇଛି। ଲଗାତାର ଭାବେ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ଦଶମ ରାଷ୍ଟ୍ର ଭାବେ ଜର୍ମାନୀରେ ସଂକ୍ରମଣ ମାମଲା ୨୬ ଲକ୍ଷ ଟପିଥିବାବେଳେ ମହାରାଷ୍ଟ୍ର ଆଉ କିଛି ଦିନ ପରେ ଜର୍ମାନୀ ସଂକ୍ରମଣକୁ ଟପିଯିବ। ରାଜ୍ୟରେ ଅଢ଼େଇ ଲକ୍ଷ ସଂକ୍ରମଣ ପାଇଁ ମାତ୍ର ୧୨ ଦିନ ଲାଗିଛି। ପୂର୍ବରୁ ଅଢ଼େଇ ଲକ୍ଷ ସଂକ୍ରମଣ ମାମଲା ପାଇଁ ୪୮ ଦିନ ଲାଗିଥିଲା। ‌ତେବେ ସୋମବାର ଦିନ ଉଭୟ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ସଂକ୍ରମଣ ମାମଲା କମ୍‌ ରହିଛି। ମହାରାଷ୍ଟ୍ରରେ ସୋମବାର ସଂକ୍ରମଣ ମାମଲା ୨୦ ପ୍ରତିଶତ କମିଛି। ଗତକାଲି ମହାରାଷ୍ଟ୍ର ସଂକ୍ରମଣ ୨୪,୬୪୫ ଥିବାବେଳେ ମୁମ୍ବାଇ ସଂକ୍ରମଣ ୩,୭୭୯ରୁ ୩,୨୬୨କୁ କମିଯାଇଛି।

 

The post ସକ୍ରିୟ ମାମଲା ୩.୪୫ ଲକ୍ଷ ଟପିଲା, ମହାରାଷ୍ଟ୍ର ସଂକ୍ରମଣ ୨୫ ଲକ୍ଷ ଟପିଲା first appeared on Sambad.

from କରୋନା | Sambad https://ift.tt/3vR5BwF