ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ କର୍ପୋରେଟ ଜଗତ ସେମାନଙ୍କ କର୍ମଚାରୀଙ୍କ ପାଇଁ ମାଗଣା ଟିକା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ପ୍ରଥମେ ଇନଫୋସିସ୍, ଆସେଞ୍ଚର, ଟିିସିଏସ୍ ଓ ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ୍ ରିଲାଏନ୍ସ କମ୍ପାନି ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି କହିଛି । ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ନୀତା ଅମ୍ବାନୀ କହିଛନ୍ତି କି କମ୍ପାନିର ଯେଉଁ କର୍ମଚାରୀମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନେ ଓ ସେମାନଙ୍କ ପରବାର ଲୋକମାନେ ବି ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ ।
ଏହାପୂର୍ବରୁ ୨୦୨୦ ଡିସେମ୍ବର ମାସରେ ‘ରିଲାଏନ୍ସ ଫ୍ୟାମିଲି ଡେ’ ପାଳନ ଦିନ ନୀତା ଅମ୍ବାନୀ ଓ ରିଲାଏନ୍ସର ମାଲିକ ମୁକେଶ ଅମ୍ବାନୀ କହିଥିଲେ କି କୋଭିଡ୍ ଟିକାକୁ ମଞ୍ଜୁରୀ ମିଳିବା ପରେ ତୁରନ୍ତ କମ୍ପାନି ତରଫରୁ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ କମ୍ପାନି ତା’ର ନିଜ ଖର୍ଚ୍ଚରେ ଟିକା ଦେବାର ବ୍ୟବସ୍ଥା କରିବ।
ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ବିଶ୍ୱର ସବୁଠାରୁ ବୃହତ ଟିକାକରଣ ଅଭିଯାନକୁ ନେଇ ନୀତା ଅମ୍ବାନୀ କହିଛନ୍ତି କି ‘ଏହା ଆଉ ଅଳ୍ପଦିନର କଥା, କରୋନା ବିରୋଧରେ ଚାଲିଥିବା ଲଢେଇରେ ଭାରତ ବିଜୟୀ ହେବ, ଆଶା , ବିଶ୍ୱାସ ଓ ଆନନ୍ଦର ସହିତ ଦେଶ ଏକ ନୂଆ ରାସ୍ତାରେ ଆଗକୁ ଅଗ୍ରସର ହେବ’।
କହିରଖୁ କି ସାରା ଦେଶରେ ରିଲାଏନ୍ସ ଗ୍ରୁପର ପାଖାପାଖି ୬ ଲକ୍ଷ କର୍ମଚାରୀ ରହିଛନ୍ତି । ଏହି କର୍ମଚାରୀମାନଙ୍କ ପରିବାରକୁ ସାମିଲ କରାଗଲେ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ମାଗଣାରେ ଟିକା ଯୋଗାଇବ କମ୍ପାନି।
The post ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ମାଗଣରେ ଟିକା ଯୋଗାଇବ ରିଲାଏନ୍ସ ଗ୍ରୁପ୍ first appeared on Sambad.
from କରୋନା – Sambad https://ift.tt/30e1MDh
0 Comments