ଭୁବନେଶ୍ବର: ପୁଣି ଏକ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବ୍ୟାପିଛି। ଝାରସୁଗୁଡ଼ାସ୍ଥିତ ଏକ ଇଂଜିନିୟରିଂ ସ୍କୁଲରେ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି ।
୨୧ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଶିକ୍ଷକ ଏବଂ ୮ଜଣ ଛାତ୍ରଛାତ୍ରୀ ଅଛନ୍ତି । ସମସ୍ତଙ୍କ ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଇଂଜିନିୟରିଂ କଲେଜରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ୧୦୦ ଜଣଙ୍କର ନମୁନା ପରୀକ୍ଷା ପାଇଁ ସ୍ବାବ୍ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ୨୧ ଜଣ ପଜିଟିଭ୍ ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ ସଂଗରୋଧରୁ ଥିଲେ। ସେହିପରି ୮୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୩ ଜଣ ଚିହ୍ନଟ ହୋଇଥିଲେ।
The post ଇଞ୍ଜିନିୟରିଂ ସ୍କୁଲରେ ୧୩ ଶିକ୍ଷକଙ୍କ ସମେତ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/2PAcK40
0 Comments