ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍ ଦ୍ରୁତ ଗତିରେ ବଢୁଥିବା ବେଳେ ଏକ ମଜାଦାର ଟ୍ବିଟ୍‌ ପୋଷ୍ଟ୍‌ କରି ଲୋକଙ୍କୁ ସଚେତନ କରାଇବାକୁ ଚେ‌ଷ୍ଟା କରିଛି ମୁମ୍ବାଇ ପୁଲିସ୍‌। କରାଯାଇଥିବା ଟ୍ବିଟ୍‌ ପୋଷ୍ଟ୍‌ରେ ଫେସ୍‌ ମାସ୍କର ଗୁରୁତ୍ବକୁ ନେଇ ସଚେତନାତା ବାର୍ତ୍ତା ପ୍ରଦାନ କରାଯାଇଛି।

ମୁମ୍ବାଇ ପୁଲିସ୍‌ ପକ୍ଷରୁ କରାଯାଇଥିବା ଟ୍ବିଟ୍‌ ପୋଷ୍ଟ୍‌ରେ ମନୀଷା କୋଇରାଲାଙ୍କ ୧୯୯୬ ମସିହାର ‘ଖାମୋଶୀ’ ଚଳଚ୍ଚିତ୍ରର ‘ଆଜ୍‌ ମେ ଉପର ଆସମାନ ନିଚେ’ ଗୀତକୁ ସଂଯୋଗ କରାଯାଇଛି।

ଏକ ଗ୍ରାଫ୍‌ କରାଯାଇ ପୋଷ୍ଟ୍‌ରେ ଉଲ୍ଲେଖ କରାଯାଇଛି କି ଭାଇରସ୍‌ କହୁଛି, ‘ଆଜ୍‌ ମେ ଉପର କଜ୍‌ ମାସ୍କ ହୈ ନିଚେ’। ସେ ଗ୍ରାଫ୍‌ଟିକୁ ପୋଷ୍ଟ୍‌ କରି ମୁମ୍ବାଇ ପୁଲିସ୍‌ ଲେଖିଛି ‘ଭାଇରସ୍‌କୁ ଖାମୋଶ କରିବା ପାଇଁ ଆପଣ ମାସ୍କ ପିନ୍ଧନ୍ତୁ’।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନାଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତି ଖରାପରୁ ଆହୁରି ଖରାପ ଆଡ଼କୁ ଯାଉଛି ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୪୮୦ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ମହାରାଷ୍ଟ୍ରରେ ଏହାର ପ୍ରଭାବ ବେଶି ରହିଛି।

 

The post କରୋନା ସଚେତନତା ବାର୍ତ୍ତା ଦେବାକୁ ‘ଆଜ୍‌ ମେ ଉପର ଆସମାନ ନିଚେ’ ଗୀତକୁ ବ୍ୟବହାର କଲା ମୁମ୍ବାଇ ପୁଲିସ୍‌ first appeared on Sambad.

from କରୋନା | Sambad https://ift.tt/3dmfgTx