ନୂଆଦିଲ୍ଲୀ: ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଞ୍ଜାବ ସମେତ ଦେଶର ଆଠଟି ରାଜ୍ୟରେ ଦୈନିକ କୋଭିଡ୍‌-୧୯ ମାମଲା ରିପୋର୍ଟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏବଂ ଗୋଟିଏ ଦିନରେ ଦେଶରେ ରେକର୍ଡ ହୋଇଥିବା ୬୮,୦୨୦ଟି  ମାମଲା ମଧ୍ୟରୁ ୮୪.୫ ପ୍ରତିଶତ ମାମଲା କେବଳ ଏହି ୮ଟି ରାଜ୍ୟରୁ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଭାରତରେ ମୋଟ ଟୀକାକରଣ ଅଦ୍ୟାବଧି ୬ କୋଟି ଅତିକ୍ରମ କରିଛି ବୋଲି ଏଥିରେ କୁହାଯାଇଛି।

ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ମାମଲା ଦୈନିକ ସର୍ବାଧିକ ୪୦,୪୧୪କୁ ବୃଦ୍ଧି ପାଇଛି। ଏହା ପଛକୁ କର୍ଣ୍ଣାଟକରେ ୩,୦୮୨, ପଞ୍ଜାବରେ ୨,୮୭୦, ମଧ୍ୟପ୍ରଦେଶରେ ୨,୨୭୬, ଗୁଜୁରାଟରେ ୨,୨୭୦, କେରଳରେ ୨,୨୧୬, ତାମିଲନାଡୁରେ ୨,୧୯୪ ଏବଂ ଛତିଶଗଡରେ ୨,୧୫୩ ମାମଲା ରିପୋର୍ଟ ହୋଇଥିବା ମନ୍ତ୍ରାଳୟ କହିଛି।

ଭାରତର ମୋଟ ସକ୍ରିୟ କେସ୍‌ଲୋଡ୍‌ ୫,୨୧,୮୦୮ରେ ପହଞ୍ଚିଛି ଏବଂ ଏହା ମୋଟ ସଂକ୍ରମଣର ୪.୩୩ ପ୍ରତିଶତ ଅଟେ। ଏଥିରେ କୁହାଯାଇଛି ଯେ ପାଞ୍ଚଟି ରାଜ୍ୟ- ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ- ଦେଶର ମୋଟ ସକ୍ରିୟ ମାମଲାର ୮୦.୧୭ ପ୍ରତିଶତ ଅଟେ।

The post ଦେଶର ନୂତନ କୋଭିଡ୍‌ ସଂକ୍ରମଣ ମାମଲା ମଧ୍ୟରୁ ୮୪% ହେଉଛି ୮ଟି ରାଜ୍ୟରୁ: କେନ୍ଦ୍ର first appeared on Sambad.

from କରୋନା | Sambad https://ift.tt/3cwz5Iz