ଥାନେ: ଆଜି (ମଙ୍ଗଳବାର) ମାର୍ଚ୍ଚ ୯ ଠାରୁ ଆଗାମୀ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଥାନେ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ କରା ଯାଇଥିବା ୧୬ଟି କୋଭିଡ୍-୧୯ ହଟସ୍ପଟ ଅଞ୍ଚଳରେ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ଆଗକୁ କୋଭିଡ୍-୧୯ ହଟସ୍ପଟ ସଂଖ୍ୟାରେ ବୃଦ୍ଧି ସହ ସଂକ୍ରମଣ ଅଧିକ ଅଞ୍ଚଳକୁ ବ୍ୟାପିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ଥାନେ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଥିବା ୧୬ଟି ହଟସ୍ପଟ ଅଞ୍ଚଳରେ ସଂପୂର୍ଣ୍ଣ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ହଟସ୍ପଟ ବାହାର ଅଞ୍ଚଳରେ ନିୟମ ଅନୁଯାୟୀ ସୀମିତ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ଏକ ଘୋଷଣାରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୮,୭୪୪ ନୂତନ କୋଭିଡ୍-୧୯ ସଂକ୍ରମିତଙ୍କୁ ଚିହ୍ନଟ କରା ଯାଇଥିବା ବେଳେ ୯,୭୬୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୨ ଜଣଙ୍କର କୋଭିଡ୍-୧୯ରେ ମୃତ୍ୟୁ ଘଟଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ୨୨,୨୮,୪୭୧ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୯୭,୬୩୭ଟି କୋଭିହ୍-୧୯ ସକ୍ରିୟ ମାମଲା ରହିଛି। ଆଜି ସୁଦ୍ଧା ରାଜ୍ୟରେ ୫୨,୫୦୦ ଜଣ କୋଭିଡ୍-୧୯ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।
The post ପୁଣି ଲକ୍ଡାଉନ୍: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥାନେର ୧୬ଟି କୋଭିଡ୍-୧୯ ହଟସ୍ପଟରେ ଜାରିହେଲା ଲକ୍ଡାଉନ୍ first appeared on Sambad.
from କରୋନା – Sambad https://ift.tt/3bqDOLn
0 Comments