
ଲଣ୍ଡନ୍: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ଟିକା ନେବାପରେ ବ୍ଲଡ୍ କ୍ଲଟ୍ ହେଉଥିବାରୁ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ଏହାର ବ୍ୟବହାର ବନ୍ଦ କରିଛନ୍ତି। ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଆଜି ଆଷ୍ଟ୍ରାଜେନେକା ଏବଂ ବ୍ରିଟେନ୍ର ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଆଜି ଇଟାଲି, ଫ୍ରାନ୍ସ ଏବଂ ଜର୍ମାନୀ ଏହି ଟିକାର ବ୍ୟବହାର ବନ୍ଦ କରିଥିବା ଘୋଷଣା କରିଛନ୍ତି।
କମ୍ପାନି ପକ୍ଷରୁ କୁହାଯାଇଛି ଯେ ଟିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ଏବଂ ଟିକାର ସୁରକ୍ଷା ଦିଗରେ ନିୟମିତ ଭାବେ ଯାଞ୍ଚ କରାଯାଉଛି। ନିକଟରେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ଟିକା ବନ୍ଦ କରିବାପରେ ଆଷ୍ଟ୍ରାଜେନେକା ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ଆୟର୍ଲାଣ୍ଡ୍, ବୁଲ୍ଗେରିଆ, ଡେନ୍ମାର୍କ, ନରୱେ ଏବଂ ଆଇସଲାଣ୍ଡ୍ ମଧ୍ୟ କରୋନା ଟିକା ବ୍ୟବହାର ବନ୍ଦ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିକଟରେ କହିଥିଲେ ଯେ, ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା କୋଭିଡ୍ ଟିକା ସଂପୂର୍ଣ୍ଣ ସୁରକ୍ଷିତ।
The post ଜର୍ମାନୀ-ଫ୍ରାନ୍ସ-ଇଟାଲିରେ ଅକ୍ସଫୋର୍ଡ ଟିକା ବ୍ୟବହାର ବନ୍ଦ first appeared on Sambad.
from କରୋନା – Sambad https://ift.tt/2OXXj5m
0 Comments