ଭୁବନେଶ୍ବର: ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ସମ୍ବଲପୁରରୁ ୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭ଜଣ, ବାଲେଶ୍ବରରୁ ୭ଜଣ, ଖୋର୍ଧାରୁ ୬ଜଣ, ଭଦ୍ରକରୁ ୧ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡ଼ାରୁ ୭ଜଣ, ପୁରୀରୁ ୨ଜଣ ସୁସ୍ଥ ହୋଇଛନ୍ତି |

ସେହିପରି ଅନୁଗୁଳରୁ ୪ ଜଣ, କଟକରୁ ୩ଜଣ, ଢେଙ୍କାନାଳର ୩ ଜଣ, ନୟାଗଡ଼ର ୩ ଜଣ, ଗଂଜାମର ୨ ଜଣ, ଜଗତସିଂହପୁରର ୨ ଜଣ, ନବରଙ୍ଗପୁରର ୨ ଜଣ, ବରଗଡ଼,ଗଜପତି,କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି |


ଷ୍ଟେଟପୁଲ ଦୁଇଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ‌ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩୩୫୭୩୦ଜଣ କରୋନା ଆକ୍ରାନ୍ତ ଏଯାବତ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୦ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/38HChyZ