ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୯୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଧାରୁ ୧୨ଜଣ, କଟକରୁ ୮ଜଣ, ଯାଜପୁରରୁ ୮ଜଣ, ମୟୁରଭଞ୍ଜରୁ ୮ଜଣ, ଅନୁଗୁଳରୁ ୭ଜଣ, ସୁନ୍ଦରଗଡ଼ରୁ ୭ଜଣ, ଦେବଗଡ଼ରୁ ୪ଜଣ, ବରଗଡ଼ରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ,ପୁରୀରୁ ୨ଜଣ ଓ ସମ୍ବଲପୁରରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ରାୟଗଡ଼ାରୁ ଜ‌ଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

The post ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୫୯୨୩ରେ ପହଞ୍ଚିଲା first appeared on Sambad.

from କରୋନା | Sambad https://ift.tt/3cKm5y2