
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍’ରେ (ରିସର୍ଚ ଆଣ୍ଡ୍ ରେଫେରାଲ୍) ସ୍ୱଦେଶୀ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେବେ।
ମାର୍ଚ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଅଧିକ ବ୍ୟାପକ କରାଯାଇଥିବା ଏହି ଟିକାକରଣ ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଭିଡ୍-୧୯ ଟିକା ଦିଆଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସମେତ ବହୁ ଶୀର୍ଷସ୍ତରୀୟ ରାଜନେତାମାନେ ଏହି ଟିକା ନେଇ ସାରିଲେଣି। ମଙ୍ଗଳବାର ଦିନ ‘ଆର୍ମି ହସ୍ପିଟାଲ୍’ରେ କୋଭିଡ୍-୧୯ ଟିକା ନେବାର ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ, ଭାରତ ବିଶ୍ୱର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଚଳାଇବା ବଡ଼ ଗୌରବର ବିଷୟ। ଏହି ଅଭିଯାନରେ ଦିଆ ଯାଉଥିବା ଉଭୟ ଟିକା ସ୍ୱଦେଶରେ ଉତ୍ପାଦନ କରାଯାଉଛି।
The post ଆଜି କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ first appeared on Sambad.
from କରୋନା – Sambad https://ift.tt/306IL5z
0 Comments