
ଭୁବନେଶ୍ବର: କରୋନା ଟିକାକରଣକୁ ଆହୁରି ଜୋରଦାର କରିବେ ରାଜ୍ୟ ସରକାର। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ନଗରନିଗମ କମିସନରଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ଲେଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିୟମ ଅନୁସାରେ ଘରୋଇ ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଜଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଆବଶ୍ୟକ କୋଲ୍ଡ ଚେନ, ଟିକା କେନ୍ଦ୍ର କରିବା ପାଇଁ ପ୍ରକୋଷ୍ଠ, ଅପେକ୍ଷା ଗୃହ ଏବଂ ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ର ଥିଲେ ଜଣାଇବାକୁ କୁହାଯାଇଛି। ଏଥିରୁ ଜଣାପଡ଼ୁଛି ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲକୁ ସାମିଲ କରିବାକୁ ଚାହୁଁଛନ୍ତି।
ସୂଚନାଯୋଗ୍ୟ, ଗତକାଲିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆଜି ମଧ୍ୟ ଜାରି ରହିଛି। ଭୁବନେଶ୍ୱରରେ ଆଜିଠାରୁ ଘରୋଇ ହସ୍ପିଟାଲରେ ଟିକାଦାନ ଆରମ୍ଭ କରାଯାଇଛି। ରାଜଧାନୀରେ ବିଏମସି ଅଧୀନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି। ସମ୍, କିମ୍ସ, କଳିଙ୍ଗ ହସ୍ପିଟାଲ ସମେତ ବ୍ଲୁ-ହ୍ୱିଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି ଓ ଉତ୍କଳ ହସ୍ପିଟାଲରେ ଟିକା ଦିଆଯାଉଛି। ସେହିପରି ନୀଳାଚଳ, ହାଇଟେକ୍, କେୟାର, ଏଲ ଭି ପ୍ରସାଦ ଆଇ ହସ୍ପିଟାଲ, ସ୍ପର୍ଶ, ବିବେକାନନ୍ଦ, ଆପୋଲୋ ଏବଂ ସମ ଅଲ୍ଟିମେଟ ହସ୍ପିଟାଲରେ ମଧ୍ୟ କରୋନା ଟିକା ଦିଆଯାଉଛି। ତେବେ ଏସବୁ ଘରୋଇ ହସ୍ପିଟାଲରେ କେବଳ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ଜଣାପଡ଼ିଛି।
The post ଅଧିକ ଟିକା କେନ୍ଦ୍ର ଖୋଲିବାକୁ ଜିଲ୍ଲାପାଳ ଓ ନଗରନିଗମ କମିସନରମାନଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ first appeared on Sambad.
from କରୋନା – Sambad https://ift.tt/3b8ybS8
0 Comments