
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଟିକା ନେବେ। ତେବେ ଦେଶରେ ଏବେ ସଂକ୍ରମଣର ଦ୍ବିତୀୟ ଲହର ବ୍ୟାପିଛି। ସ୍ଥିତି ଅତ୍ୟନ୍ତ ଖରାପ୍ ଆଡ଼କୁ ଗତି କରୁଥିବାରୁ କେନ୍ଦ୍ର ସରକାର ଏ ବାବଦରେ ସତର୍କ କରାଇ ଦେଇଛନ୍ତି। ଦେଶର ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଯୋଜନା ହୋଇଛି। ଏ ସବୁ ଅଂଚଳରେ ୨ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କର ଟିକାକରଣ ସାରିବାକୁ କେନ୍ଦ୍ର ସରକାର କହିଛନ୍ତି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ଗତ ଶନିବାର ଅଧିକ ପ୍ରଭାବିତ ଜିଲ୍ଲା ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ୪୬ ଜିଲ୍ଳାରେ ୭୦ ପ୍ରତିଶତ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାରୁ ଏହାର ମୁକାବିଲା ପାଇଁ ଏବେ ଟିକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବାକୁ ଯୋଜନା ହୋଇଛି।
The post ଅଧିକ ସଂକ୍ରମିତ ଜିଲ୍ଲାରେ ଟିକାକରଣ ପାଇଁ ତତ୍ପରତା: ୨ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କ ଟିକାକରଣ first appeared on Sambad.from କରୋନା | Sambad https://ift.tt/2PgEScI
0 Comments