
ମସ୍କୋ: ପଶୁମାନଙ୍କ ପାଇଁ ବିଶ୍ବର ପ୍ରଥମ କୋଭିଡ୍ ଟିକା ରୁଷିଆରେ ବିକଶିତ ହୋଇଥିବା ଜଣାଯାଇଛି। କରୋନାଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ସଦ୍ୟ ରିପୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପଶୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ସଂକ୍ରମଣ ବ୍ୟାପିଛି ବୋଲି ସ୍ପଷ୍ଟ କରିବା ସହ ଏଥି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ପଶୁଙ୍କ ପାଇଁ ରୁଷିଆର ଏହି କାର୍ଣ୍ଣିଭାକ୍-କୋଭ୍ ନାମକ ଟିକାର ବିକାଶ ଗୁରୁତ୍ବ ବହନ କରୁଛି। ସୂଚନାନୁଯାୟୀ, ଗତ ଅକ୍ଟୋବର ମାସରୁ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡ଼ି, କୋକଶିଆଳି ଓ ମିଙ୍କ୍ ପରି ପ୍ରାଣୀଙ୍କ ଠାରେ କରୋନାବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ଟିକାକରଣ ଦ୍ବାରା ବିଭିନ୍ନ ପଶୁଙ୍କୁ କରୋନାଭୂତାଣୁ ଦାଉରୁ ମୁକ୍ତ ରଖିବା ସହ ଏହାର ରୂପାନ୍ତରୀକରଣକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ରୁଷୀୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଏଥି ସହିତ ଏହି ଟିକାର ଗଣପ୍ରସ୍ତୁତି ଚଳିତ ମାସରେ ଆରମ୍ଭ ହେବ ବୋଲି ରୁଷିଆ ଘୋଷଣା କରିଛି।
The post ରୁଷିଆ ଆଣିଲା ପଶୁଙ୍କ ପାଇଁ ପ୍ରଥମ କୋଭିଡ୍ ଟିକା first appeared on Sambad.from କରୋନା | Sambad https://ift.tt/3uctQDQ
0 Comments