
ଭୁବନେଶ୍ବର : ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଲାଣି। ଶୁକ୍ରବାର ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିନ୍ତାର ବିଷୟ ଏହି ୧୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ। ଅର୍ଥାତ୍ ଏହି ୧୩ଜଣ ବିଦେଶରୁ ଆସିନାହାନ୍ତି କି ରାଜ୍ୟ ବାହାରୁ ଆସିନାହାନ୍ତି। ସଙ୍ଗରୋଧରେ ବି ନଥିଲେ। ହାଟ, ବଜାର, ଅଫିସ୍ ଯାଇ କରୋନା ଆକ୍ରାନ୍ତ ହୋଇଛନ୍ତି। ଯାହା ଦର୍ଶାଉଛି ଯେ, ରାଜଧାନୀରେ ଏବେ କରୋନା ଭୂତାଣୁ ସକ୍ରିୟ ହେଲାଣି।
ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ରାଜଧାନୀରେ ସ୍ଥିତି ଖରାପ ହୋଇନି। ଏବେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ହେଲେ ଆମକୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। କରୋନା କଟକଣା ମାନି ସବୁ କାମ କରିବାକୁ ହେବ। ଏବେ ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ି ଚାଲିଥିବାରୁ ଆମକୁ ଏବେଠୁ ସେହି ଅନୁଯାୟୀ ପଦକ୍ଷେପ ନେବାକୁ ହେବ। ଲୋକ ଯେତେ ଯତ୍ନବାନ ହେବେ, କରୋନା କଟକଣା ମାନିବେ ଆମେ ସେତେ ସୂଚାରୁ ଢଙ୍ଗରେ କରୋନାକୁ ମୁକାବିଲା କରିପାରିବା।
The post ରାଜଧାନୀରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା; ସ୍ଥିତି ନିୟନ୍ତ୍ରଣରେ ଅଛି, ତଥାପି ଯତ୍ନବାନ ହେବାକୁ ପଡ଼ିବ: ବିଏମ୍ସି କମିସନର first appeared on Sambad.from କରୋନା | Sambad https://ift.tt/391pHKW
0 Comments