ଆଦିତ୍ୟ ଠାକରେ ହେଲେ କୋଭିଡ୍‌-୧୯ ସଂକ୍ରମିତ

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁତ୍ର ଆଦିତ୍ୟ ଠାକରେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି ମନ୍ତ୍ରୀ ଆଦିତ୍ୟ ଠାକରେ ଲେଖିଛନ୍ତି, କୋଭିଡ୍‌ର ସାମାନ୍ୟ ଲକ୍ଷଣ ଦେଖା ଦେବାପରେ ମୁଁ ମୋର କୋଭିଡ୍‌ ପରୀକ୍ଷା କରିଥିଲି ଏବଂ ପରୀକ୍ଷା ରିପୋର୍ଟରୁ ମୁଁ କୋଭିଡ୍‌ ପଜିଟିଭ୍‌ ଥିବା ଜଣା ପଡ଼ିଥିଲା।

ମୁଁ କୋଭିଡ୍‌ ପଜିଟିଭ୍‌ ରୂପେ ଚିହ୍ନଟ ହେବାପରେ ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ସେମାନଙ୍କ ନିଜ ନିଜର କୋଭିଡ୍‌ ପରୀକ୍ଷା କରିବାକୁ ଅନୁରୋଧ କରୁଛି। କାରଣ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ କୋଭିଡ୍‌-୧୯ ପ୍ରୋଟୋକଲଗୁଡିକ ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ, ବୋଲି କରିଥିବା ଟୁଇଟରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଉଦ୍ଧବ ଠାକରେ।

The post ଆଦିତ୍ୟ ଠାକରେ ହେଲେ କୋଭିଡ୍‌-୧୯ ସଂକ୍ରମିତ first appeared on Sambad.

from କରୋନା | Sambad https://ift.tt/2OIqYjf

Post a Comment

0 Comments