ଭୁବନେଶ୍ବର: ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ସେ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ବୁର୍ଲା ଭିସୁଟର ୨୫ ଜଣ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା, ଯାହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ଆଖପାଖ ଅଞ୍ଚଳକୁ ବନ୍ଦ ରଖାଯାଇଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ଭିସୁଟ୍ କର୍ତ୍ତୃପକ୍ଷ। କିନ୍ତୁ ଆରଟି-ପିସିଆର ଟେଷ୍ଟ ପରେ କୌଣସି ଛାତ୍ରଛାତ୍ରୀ କରୋନା ପଜିଟିଭ୍ ନଥିବା ସ୍ପଷ୍ଟ କରିଛନ୍ତି ପ୍ରଦୀପ୍ତ ମହାପାତ୍ର।
The post ଆଣ୍ଟିଜେନ କିଟ୍ ଖରାପ ଥିବାରୁ ବୁର୍ଲା ଭିସୁଟର ଛାତ୍ରଛାତ୍ରୀମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା first appeared on Sambad.
from କରୋନା – Sambad https://ift.tt/3uKCdHZ
0 Comments