ଭୁବନେଶ୍ବର: ରାଜ୍ୟରେ ଏବେ କୋଭିଡ୍-୧୯ ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହୋଇ ଗତି କରୁଛି। ଏଭିଳି ସ୍ଥିତିରେ ନୂଆପଡା ଜିଲ୍ଲା ଚିନ୍ତା ବଢ଼ାଇଛି । ଜିଲ୍ଲାରୁ ଆଜି ଏକାଥରକେ ୩୩ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ସିନାପାଲି ବ୍ରାହ୍ମଣପଡା ଗାଁରୁ କେବଳ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରୁ ଗୋଟିଏ ଗାଁରୁ ଏକାଥରକେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି।
ସୂଚନାଯୋଗ୍ୟ ମାଲକାନଗିରି ଓ ନବରଂଗପୁର ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୪୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଉରକେଲାସ୍ଥିତ ଏନ୍ଆଇଟିରେ ୩ ଜଣ ଛାତ୍ରଛାତ୍ରୀ କୋଭିଡ-୧୯ ସଂକ୍ରମଣର ଶିକାର ହୋଇଛନ୍ତି। କରୋନା ସଂକ୍ରମଣ ବଢ଼ିଥିବାରୁ ରାଜ୍ୟ ସରକାର କଟକଣାକୁ ଏବେ କଡ଼ାକଡ଼ିି କରିବା ଲାଗି ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
The post ନୂଆପଡ଼ା ଜିଲ୍ଲାର ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ଜଣ କରୋନା ପଜିଟିଭ୍ first appeared on Sambad.
from କରୋନା | Sambad https://ift.tt/2NMp0xC
0 Comments