ନୂଆଦିଲ୍ଲୀ: ସଂଯୁକ୍ତ ‘ଗାଭି’ ରାଜିନାମା ଅନୁସାରେ ଇସ୍ଲାମାବାଦ ୪୫ ନିୟୁତ ଡୋଜ୍ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା ପାଇବ। ଏକଥା ‘ନ୍ୟାସ୍ନାଲ୍ ହେଲ୍ଥ୍ ସର୍ଭିସେସ୍’ର (ରେଗୁଲେସନ୍ ଆଣ୍ଡ୍ କୋଅର୍ଡିନେସନ୍) ଫେଡେରାଲ୍ ସେକ୍ରେଟେରି ଆମିର ଅସର୍ଫ୍ ଖ୍ଵାଜା ପାକିସ୍ତାନର ‘ପବ୍ଲିକ୍ ଆକାଉଣ୍ଟ୍ସ୍ କମିଟି’କୁ ସୂଚନା ଦେଇଛନ୍ତି।
ଟିକା ରାଜିନାମା ‘ଗାଭି’ ବିଶ୍ୱର ଅର୍ଦ୍ଧାଧିକ ଶିଶୁଙ୍କୁ ମାରାତ୍ମକ ଏବଂ ଦୁର୍ବଳ କରିପକାଉଥିବା ସଂକ୍ରାମକ ରୋଗ ନିରୋଧୀ ଟିକା ଦେବାରେ ସହାୟକ ହୋଇଥାଏ। କରୋନାଭାଇରସ୍ ମହାମାରୀ ସମୟରେ ମଧ୍ୟ ଏହା ପାକିସ୍ତାନକୁ ସହାୟତା ଯୋଗାଇଛି। ପାକିସ୍ତାନକୁ କୋଭିଡ୍-୧୯ ଟିକା ଯୋଗାଇ ଦେବାକୁ ଏହା ୨୦୨୦ ସେପ୍ଟେମ୍ବର ମାସରେ ଏକ ଚୁକ୍ତି ସ୍ୱାକ୍ଷର କରିଛି।
ସ୍ୱାସ୍ଥ୍ୟ ସଚିବ ଖ୍ଵାଜା କହିଛନ୍ତି ଯେ, ‘ଗାଭି’ ରାଜିନାମା ଅଧୀନରେ ସମୁଦାୟ ୪୫ ନିୟୁତ ଡୋଜ୍ ଟିକା ମିଳିବ। ସେଥିରୁ ସମୁଦାୟ ୧୬ ନିୟୁତ ଡୋଜ୍ ଟିକା ଏ ବର୍ଷ ଜୁନ୍ ସୁଦ୍ଧା ମିଳିଯିବ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଟିକା କେଉଁଠୁ ଆସିବ ବୋଲି ସିନେଟର୍ ମୁଶାହିଦ୍ ହୁସେନ୍ ପଚାରିଥିଲେ। ଏହା ଭାରତର ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ରୁ ଆସିବ ବୋଲି ସ୍ୱାସ୍ଥ୍ୟ ସଚିବ ଖ୍ଵାଜା କହିଥିଲେ।
The post ଗାଭି ରାଜିନାମା ଅନୁସାରେ ୪୫ ନିୟୁତ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା ପାଇବ ପାକିସ୍ତାନ first appeared on Sambad.
from କରୋନା – Sambad https://ift.tt/3cgWGfd
0 Comments