ଜୟପୁର: ଦେଶବ୍ୟାପୀ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକାରଣ ଅଭିଯାନରେ ଆଜି ଜୟପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମକାନ୍ତ ସୟ ଟିକା ନେଇଛନ୍ତି। ସ୍ଥାନୀୟ ଟାଉନହଲ ପରିସରରେ ଆୟୋଜିତ ଶିବିରରେ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ଷ୍ଟେନୋ ଗୋପାଳ ସାହୁଙ୍କ ସମେତ ଅନ୍ୟ ପୌରକର୍ମଚାରୀ, ସ୍ବଚ୍ଛସାଥୀ, କୋଭିଡ୍ ସମୟରେ ଆଗଧାଡିରେ ରହି କାମ କରୁଥିବା ମହିଳା ସ୍ବୟଂ ସହାୟକ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ଟିକା ନେଇଥିଲେ।

ଜୟପୁର ପୌରପାଳିକାର ୩୩୦ଜଣ ଏହି ଟିକା ନେବେ। ପ୍ରତ୍ୟେକ ଦିନ ଶହେ ଜଣଙ୍କୁ ଏହି ଟିକା ଦିଆଯିବ। ଆଜି ଟ୍ଟ.ଜଣ ଏହା ନେଇଥିଲେ। ଏହି ଟିକାକରଣ ଅଭିଯାନକୁ ପୌରସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଅରୁଣ ପାଢ଼ୀ, ନୋଡାଲ ଅଧିକାରୀ ଶ୍ରୀ ସାହୁ ପରିଚାଳନା କରିଥିଲେ। ଉପ ଜିଲ୍ଲାପାଳ ଶ୍ରୀସୟ କୋଭିଡ୍‌-୧୯ ଟିକା ନେବା ପରେ କହିଛନ୍ତି। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ। ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଟିକା ନେବେ। ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ତରଫରୁ ଆମେ ସରକାରଙ୍କ ନିକଟରେ କୃତଜ୍ଞ।

The post କୋଭିଡ୍‌-୧୯ ଟିକାକାରଣ ଅଭିଯାନ; ଜୟପୁରରେ ପୌରକର୍ମଚାରୀଙ୍କ ସହ ଉପଜିଲ୍ଲାପାଳ ଟିକା ନେଲେ first appeared on Sambad.



from କରୋନା – Sambad https://ift.tt/3oVUgqC