
ନୂଆଦିଲ୍ଲୀ: କୋଭିଡ୍-୧୯ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କର କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବେଳେ ହିତାଧିକାରୀମାନଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି।
ଏସଂପର୍କରେ ଶୁକ୍ରବାର ଲୋକସଭାକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଚୌବେ ଏହା କହିଛନ୍ତି। କୋ-ୱିନ ପୋର୍ଟାଲ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି), ଭାରତ କାର୍ଯ୍ୟାଳୟର ସହଯୋଗରେ ଏହା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି।

କୋଭିଡ୍-୧୯ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କର କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବେଳେ ହିତାଧିକାରୀମାନଙ୍କ ପାଇଁ ଆଧାର ବାଧ୍ୟତାମୂଳକ କି ନୁହେଁ, ସେ ସଂପର୍କରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଚୌବେ କହିଛନ୍ତି, ‘ନା, କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ’। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଫେପ୍ରୁଆରି ୧ ତାରଖ ସୁଦ୍ଧା କୋ-ୱିନ ପୋର୍ଟାଲ ପ୍ରସ୍ତୁତି ବାବଦରେ ୫୮.୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
କୋ-ୱିନ ପୋର୍ଟାଲ ପାଇଁ ଗୋପନୀୟତାକୁ ସବୁ ସ୍ତରରୁ ଆକଳନ କରାଯାଇଛି। ଏଥିରେ ଡାଟା ନିରାପତ୍ତା ପାଇଁ, ଏକ ଅତ୍ୟଧିକ ସୁରକ୍ଷିତ ଚାବି ବ୍ୟବହାର କରାଯିବା ସହ ତଥ୍ୟ ଏନକ୍ରିପ୍ଟ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାସନାଲ ଡିଜିଟାଲ୍ ହେଲଥ୍ ମିଶନ୍ (ଏନ୍ଡିଏଚ୍ଏମ୍) ରେ ଦର୍ଶାଯାଇଥିବା ପରି କୋ-ୱିନ୍ ପୋର୍ଟାଲରେ ଆବେଦନ କାଳରେ ସମସ୍ତ ଗୋପନୀୟତା ନୀତି ଅନୁସରଣ କରୁଛି।
The post କୋଭିଡ୍ ଟୀକାକରଣ ପାଇଁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ first appeared on Sambad.
from କରୋନା – Sambad https://ift.tt/3aCbnsp
0 Comments