
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ ଏବଂ ଏଥିରେ ୨୭ କୋଟି ହିତାଧିକାରୀ ସାମିଲ ହେବେ। ସେମାନଙ୍କ ଭିତରେ ୫୦ ବର୍ଷରୁ ଅଧିକ ବୟସର ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ୫୦ ବର୍ଷରୁ କମ୍ ବୟସର ହିତାଧିକାରୀ ରହିଛନ୍ତି ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଲୋକସଭାରେ ସୂଚନା ଦେଇଛନ୍ତି। ତେବେ ଦେଶରେ ସମ୍ପ୍ରତି ଜାରି ରହିଥିବା ପ୍ରଥମ ଓ ଦ୍ବିତୀୟ ଦଫା ଟିକାକରଣର ପରିସମାପ୍ତି ପରେ ଆସନ୍ତା ମାସର ଯେ କୌଣସି ଦିନ ଏହି ତୃତୀୟ ଦଫା ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିପରି ଆମ ଦେଶରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ମୋଟ ୬୧ ଲକ୍ଷ ମାତ୍ରା ଅନ୍ୟ ୧୫ଟି ଦେଶକୁ ଯୋଗାଇ ଦିଆସରିଥିବା ବେଳେ ଉକ୍ତ ଟିକା ପାଇବା ଲାଗି ଆହୁରି ୨୨ଟି ଦେଶ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି।
The post ଆସନ୍ତା ମାର୍ଚ୍ଚରୁ ବୟସ୍କଙ୍କ କୋଭିଡ୍ ଟିକାକରଣ, ସାମିଲ ହେବେ ୨୭ କୋଟି ହିତାଧିକାରୀ first appeared on Sambad.
from କରୋନା – Sambad https://ift.tt/3oNVZhy
0 Comments