
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୪୬୩ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୭୩ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୪ ଜଣ, ବଲାଙ୍ଗୀରରୁ ୬ ଜଣ, କଟକଟରୁ ୫ ଜଣ, ଦେବଗଡ଼ରୁ ୨ ଜଣ, ଗଜପତିରୁ ଜଣେ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩ ଜଣ, ଖୋର୍ଦ୍ଧାରୁ ୯ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୫ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୯ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୦ ଜଣ, ଷ୍ଟେଟ୍ ପୁଲ୍ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/3q3WHYt
0 Comments