ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ସଂକ୍ରାନ୍ତରେ ଆଜି ହେବାକୁ ଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କ୍ୟାବିନେଟ୍‌ ସଚିବ ଅଧ୍ୟକ୍ଷତା କରିବେ।

ତେଲେଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ଜମ୍ମୁ ଓ କଶ୍ମୀର ଏବଂ ପଶ୍ଚିମବଙ୍ଗରେ ଆଜିକାଲି କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର େଓ୍ଵବ୍‌ସାଇଟ୍‌ରୁ ଜଣାଡ଼ିଛି।

Image Courtesy of DNA India

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, କେରଳ, ବଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜରାଟରେ ନୂଆ ସଂକ୍ରମଣ ଅଧିକ ହୋଇଥିବା ଜଣାପଡ଼ିଛି। ଆଜି ରିପୋର୍ଟ ହୋଇଥିବା ୮,୩୩୩ ସଂକ୍ରମିତଙ୍କ ସହ ମହାରାଷ୍ଟ୍ର ଉପରୋକ୍ତ ରାଜ୍ୟମାନଙ୍କର ଶୀର୍ଷରେ ରହିଛି। ମହାରାଷ୍ଟ୍ର ପଛକୁ ଅଛି ୩,୬୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା କେରଳ ଏବଂ ତୃତୀୟ ସ୍ଥାନରେ ଅଛି ୬୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ପଞ୍ଜାବ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ୧୬,୪୮୮ ନୂଆ ସଂକ୍ରମଣ ମାମଲାରୁ ୮୫.୭୫% ସଂକ୍ରମିତ ହେଉଛନ୍ତି ଉପରୋକ୍ତ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର।

ଆଜି ରିପୋର୍ଟ ହୋଇଥିବା ଦେଶର ନୂଆ ସଂକ୍ରମଣ ମାମଲାରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆଭାସ ମିଳିଛି।

The post କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥିବା ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତି ସମୀକ୍ଷା କରିବେ କ୍ୟାବିନେଟ୍‌ ସଚିବ first appeared on Sambad.



from କରୋନା – Sambad https://ift.tt/3sx37RD