ନୂଆଦିଲ୍ଲୀ : ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ଭିତରେ ଦେଶରେ ଦେଖାଦେଇଥିବା ୧୬,୭୫୨ ସଂଖ୍ୟକ ନୂଆ କୋଭିଡ୍‌ ସଂକ୍ରମିତ ମାମଲା ମଧ୍ୟରୁ କେବଳ ୬ଟି ରାଜ୍ୟରେ ହିଁ ଏହାର ୮୬.୩୭% ରହିଥିବା ଜଣାଯାଇଛି। ସେହି ସବୁ ରାଜ୍ୟଗୁଡ଼ିକ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟ ବୋଲି କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୬,୭୩୧ ହୋଇଥିବା ବେଳେ ଆରୋଗ୍ୟ ଲାଭ କରିଥିବା ପୀଡ଼ିତଙ୍କ ସଂଖ୍ୟା ୧,୦୭,୭୫,୧୬୯ ଏବଂ ଚିକିତ୍ସାଧୀନଙ୍କ ସଂଖ୍ୟା ୧,୬୪,୫୧୧ ରହିଛି। ଅପରପକ୍ଷେ, ଏହି ସମୟ ମଧ୍ୟରେ ଦେଶରେ ୧୧୩ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

The post ନୂଆ ସଂକ୍ରମଣର ୮୬.୩୭% ୬ଟି ରାଜ୍ୟରେ first appeared on Sambad.



from କରୋନା – Sambad https://ift.tt/37VRKLm