ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୧୪୩ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୪୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୦୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୮,୯୨,୭୪୬ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ୧୦୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୫,୫୫୦ରେ ପହଞ୍ଚିଛି। ଏହି ହିସାବରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁହାର ୧୪୩%ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୧, ୩୯୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୬,୦୦,୬୨୫। ଜାତୀୟ ହାରରେ ଏହି ସୁସ୍ଥତା ହାର ହେଉଛି ୯୭.୩୨%।
ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୩୫,୫୭୧ରେ ପହଞ୍ଚିଛି। କ୍ରମାଗତ ୨୫ଶ ଦିନ ଲାଗି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହିଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣ ସଂଖ୍ୟାର ୧.୨୫%।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ସମୁଦାୟ ୭,୯୬୭,୬୪୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହାଛଡ଼ା, ଆଜି ପ୍ରଥମ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଡୋଜ୍ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି।
‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଫେବ୍ରୁଆରି ୧୨ ସୁଦ୍ଧା ସମୁଦାୟ ୨୦,୫୫,୩୩,୩୯୮ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୭,୪୩,୬୧୪ଟି ନମୁନା।
The post ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୧୪୩ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁସଂଖ୍ୟା ୧୦୩ first appeared on Sambad.
from କରୋନା – Sambad https://ift.tt/3daC0HU
0 Comments