‘କୋଭାକ୍ସିନ୍‌’ ବନ୍ଦ କରାଇବାକୁ ଆଗ୍ରହୀ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହର୍ଷ ବର୍ଦ୍ଧନଙ୍କ ଜବାବ

ନୂଆଦିଲ୍ଲୀ: ‘କୋଭାକ୍ସିନ୍‌’ର ନିରାପତ୍ତାକୁ ସନ୍ଦେହ କରିଥିବା ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓଙ୍କୁ ସମାଲୋଚନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, ସନ୍ଦେହ କରି ନ୍ୟସ୍ତସ୍ୱାର୍ଥଙ୍କୁ ସୁବିଧା ଦେବା ଜଣେ ରାଜ୍ୟ ମନ୍ତ୍ରୀଙ୍କୁ ଶୋଭାପାଏ ନାହିଁ।

ଭାରତ ବାୟୋଟେକ୍‌ ନିର୍ମିତ ଏହି କୋଭିଡ୍‌୧୯ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇ ନ ଥିବାରୁ ସିଂହଦେଓଙ୍କର ସନ୍ଦେହ ଉପୁଜିଛି।
ହର୍ଷ ବର୍ଦ୍ଧନ କହିଛନ୍ତି, ଉଭୟ କୋଭାକ୍ସିନ୍‌ ଏବଂ କୋଭିସିଲ୍‌ଡ୍‌ ନିରାପଦ ଏବଂ ରୋଗ ପ୍ରତିରୋଧକାରୀ। ମହାମାରୀର ପ୍ରଭାବ ନିଃଶେଷ କରିବା ଲାଗି ଏହାର ବହୁଳ ବ୍ୟବହାର କରାଯିବା ଉଚିତ।

ଦେଓଙ୍କ ଟୁଇଟ୍‌ର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌-୧୯ ଟିକାର ଫଳପ୍ରଦତା ପ୍ରତି ସନ୍ଦେହ କରି ଏହାକୁ ବନ୍ଦ କରାଇବା କ’ଣ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓଙ୍କୁ ପ୍ରକୃତରେ ଉପକୃତ କରୁଛି? ଏ ଭଳି ଏକ ଅଭୂତପୂର୍ବ ସମୟରେ ଟିକା ନେବା ଦ୍ୱିଧାବୋଧତାକୁ ଦୂରାଇବା ସହ ଜନତାଙ୍କ ସ୍ୱାର୍ଥ ନିମନ୍ତେ ଯାହା ଭଲ ତାହା କରିବା ଉଚିତ। ନ୍ୟସ୍ତସ୍ୱାର୍ଥରେ ଜଡ଼ିତ ରହିବା ଅନୁଚିତ।

ପୂର୍ବରୁ ମଧ୍ୟ କଂଗ୍ରେସ ଶାସିତ ଛତିଶଗଡ଼ କୋଭାକ୍ସିନ୍‌ ବିରୋଧରେ ପ୍ରତିକୂଳ ମତପୋଷଣ କରିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଲେଖିଥିବା ଚିଠିରେ ଏ ସଂକ୍ରାନ୍ତରେ ସବିଶେଷ କୈଫିୟତ୍‌ ମଧ୍ୟ ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ, ଟିକାକରଣ ସୂଚୀରେ ଛତିଶଗଡ଼ ପଛେଇ ଯାଇଛି। ଏହା କେନ୍ଦ୍ର ପାଇଁ ଚିନ୍ତାର କାରଣ ହୋଇଛି।

କୋଭାକ୍ସିନ୍‌କୁ ଗତ ମାସରେ ଦେଶର ‘ଡ୍ରଗ୍‌ ରେଗୁଲେଟର୍‌’ ଜରୁାରକାଳୀନ ବ୍ୟବହାରିକ ଅନୁମତି ଦେଇଛନ୍ତି। ତେଣୁ, ହର୍ଷ ବର୍ଦ୍ଧନ ଲେଖିଛନ୍ତି, ରାଜ୍ୟକୁ ଯୋଗାଇ ଦିଆଯାଇଥିବା ସମସ୍ତ ଟିକା ନିରାପଦ ଏବଂ ରୋଗ ପ୍ରତିରୋଧକାରୀ। ତେଣୁ, ସେଗୁଡ଼ିକର ତ୍ୱରିତ୍ୱ ବ୍ୟବହାର କରାଯିବା ଉଚିତ।

The post ‘କୋଭାକ୍ସିନ୍‌’ ବନ୍ଦ କରାଇବାକୁ ଆଗ୍ରହୀ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହର୍ଷ ବର୍ଦ୍ଧନଙ୍କ ଜବାବ first appeared on Sambad.



from କରୋନା – Sambad https://ift.tt/2NlrylG

Post a Comment

0 Comments