ନୂଆଦିଲ୍ଲୀ: ଭାରତରେ ଆଜି ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୨୫ ଜଣ କରୋନାର ନୂତନ ରୂପାନ୍ତରିତ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିଲେ । ଆଜି ୪ ଜଣ ଆକ୍ରାନ୍ତ ହେବା  ପରେ ଏହାକୁ ମିଶାଇ ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଛୁଇଁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

କରେନାର ପୁରୁଣା ରୂପ ଠାରୁ ଏହି ନୂଆ ଷ୍ଟ୍ରେନ ୫୬ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବାରୁ ସରକାରଙ୍କ ଚିନ୍ତା ବଢିଛି । ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କୁ ଅଲଗା କୋଠରୀରେ ସଙ୍ଗରୋଧରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କୁ ନିଜ ବିଷୟରେ ସମସ୍ତ ତଥ୍ୟ ଜଣାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ନୂଆ ଷ୍ଟ୍ରେନ୍ ର ୨୯ଟି ମାମଲା ମଧ୍ୟରୁ ୧୦ଟି ନିମହାନ୍ସ ବେଙ୍ଗାଲୁରୁରେ, ୮ଟି ନୂଆଦିଲ୍ଲୀ ଏନସିଡିସିରେ, ପାଞ୍ଚଟି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ପୁଣେରେ, ତିନୋଟି ସିସିଏମ୍ବି ହାଇଦ୍ରାବାଦରେ, ଦୁଇଟି ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି ଏବଂ ଜଣେ ଏନଆଇବିଏମଜି କଲ୍ୟାଣୀରୁ ଚିହ୍ନଟ ହୋଇଛନ୍ତି।

indiatoday
ତେବେ ଗୁରୁବାର ସୁଦ୍ଧା ଭାରତରେ ନୂଆ କରୋନା ‌ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୨୫ଥିଲା। ଏମାନଙ୍କ ମଧ୍ୟରେ ୨୦ଜଣ ନୂଆ କରୋନା ‌ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ଏବଂ ବୁଧବାର ଦିନ ଜଣାପଡିଥିଲା।

The post ଭାରତରେ ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ, ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯ first appeared on Sambad.



from କରୋନା – Sambad https://ift.tt/3n4E7y7