
ନୂଆଦିଲ୍ଲୀ : ଦେଶରେ କରୋନା ମୁକାବିଲା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନିକା ଦ୍ବାରା ପ୍ରସ୍ତୁତ ଟିକା କୋଭିସିଲଡକୁ ଜରୁରୀକାଳୀନ ଭିତ୍ତିରେ ଅନୁମତି ମିଳିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ଏକ ବିଶେଷଜ୍ଞ କମିଟି ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କୁ ସୁପାରିଶ କରିଛି ।
ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ ଇତି ମଧ୍ୟରେ ଏହି ଟିକାର ପ୍ରାୟ ୫ କୋଟି ଡୋଜ ଉତ୍ପାଦନ କରି ଗଚ୍ଛିତ ରଖିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ଶନିବାର ସୁଦ୍ଧା ଏସବୁ ଟିକା ବିଭିନ୍ନ ରାଜ୍ୟମାନଙ୍କୁ ପ୍ରେରଣ ଆରମ୍ଭ କରାଯିବ । ଆସନ୍ତା କାଲି ଅର୍ଥାତ ୨ ତାରିଖରୁ ଦେଶର ପ୍ରତି ରାଜ୍ୟରେ କରୋନା ଟିକାକରଣର ଡ୍ରାଇରନ ବା ରିହଲସାଲ ହେବ ।
ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି ଯେ ଭାରତ ସରକାରଙ୍କ ପାଇଁ କୋଭିସିଲ୍ଡ ଟିକାର ମୂଲ୍ୟ ୩ ଡଲାର ରହିବ । ପରିବହନ ଖର୍ଚ୍ଚ ମିଶାଇଲେ ଏହାର ମୂଲ୍ୟ ବ୍ୟକ୍ତି ପିଛା ୬ ଡଲାର ୯୪୪୦ ଟଙ୍କା) ହେବ । ତେବେ ଘରୋଇ ବଜାରରେ ଏହାର ମୂଲ୍ୟ ୭୦୦-୮୦୦ ଟଙ୍କା ରହିବ ।
The post ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକା କୋଭିସିଲଡକୁ ଭାରତରେ ଅନୁମତି first appeared on Sambad.
from କରୋନା – Sambad https://ift.tt/382J9H2
0 Comments