ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ୨୧୨୪ ଜଣ। ଏବେ ସୁଦ୍ଧା ରାଜ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୭ ହଜାର ୫୩୪ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

image source- economic times

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨, ବରଗଡ଼ରୁ ୧୬, , ବଲାଙ୍ଗୀର ଜିଲ୍ଲାରୁ ୨୬ ଜଣ, ଭଦ୍ରକରୁ ୨, ବୌଦ୍ଧରୁ ୨, କଟକରୁ ୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୫, ଗଞ୍ଜାମରୁ ୩, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୯, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୧୮, ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୬, ପୁରୀରୁ ୪, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୬, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟପୁଲରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏପଟେ ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/2K1zRC4