ନୂଆଦିଲ୍ଲୀ: ବିକ୍ରୟ ଏବଂ ବଣ୍ଟନ ନିମନ୍ତେ କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ଉତ୍ପାଦନ କରିବା ଲାଗି ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆ’ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ଆଜି ଅନୁମତି ପ୍ରଦାନ କରିଛନ୍ତି।

ପୁଣେସ୍ଥିତ ଏହି କମ୍ପାନି ପୂର୍ବରୁ କହିଥିଲା ଯେ, ଅକ୍‌ସ୍‌ଫୋର୍ଡ ୟୁନିଭର୍ସିଟିଦ୍ୱାରା ବିକଶତ କରୋନାଭାଇରସ୍‌ ଟିକା ‘ସିଏଚ୍‌ଏଡିଓଏକ୍ସ୍‍ x୧ ଏନ୍‌ସିଓଭି-୨୦୧୯’ ୫୬ରୁ ୬୯ ଏବଂ ୭୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି।

ଅକ୍ସ୍‍ଫୋର୍ଡର ‘କୋଭିସିଲ୍‌ଡ୍‌’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’କୁ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ‘ଡିସିଜିଆଇ’ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି।

Image Courtesy Hindustan Times

ଅନ୍ୟ ପକ୍ଷରେ, ଏକ ସମ୍ବାଦ ସରବରାହ ସଂସ୍ଥାକୁ ଟେଲିଫୋନ୍‌ରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି ଯେ, ଘରୋଇ ବଜାରରେ ଟିକା ବିକ୍ରୟ କରିବା ଲାଗି କମ୍ପାନିକୁ ମନା କରାଯାଇଛି। ସେ କହିଛନ୍ତି, ଏବେ ଆମେ କେବଳ ସରକାରଙ୍କୁ ହିଁ ଟିକା ଯୋଗାଇ ଦେବୁ।

ପ୍ରଥମ ପର୍ଯ୍ୟାୟରେ ଭାରତ ସରକାରଙ୍କୁ ‘ଡୋଜ୍‌’ପିଛା ୨୦୦ ଟଙ୍କାରେ (ସ୍ୱତନ୍ତ୍ର ମୂଲ୍ୟ) ପ୍ରଥମ ୧୦୦ ନିୟୁତ ଟିକା ବିକ୍ରୟ କରାଯିବ। ଏହାପରେ ଟିକାର ଦର ବୃଦ୍ଧି କରାଯିବ। ଘରୋଇ ବଜାରରେ ‘ଡୋଜ୍‌’ପିଛା ଟିକାର ମୂଲ୍ୟ ରହିବ ୧୦୦୦ ଟଙ୍କା। ସରକାରଙ୍କ ସହ ରାଜିନାମା ଚୂଡ଼ାନ୍ତ ହେବାର ସାତରୁ ଦଶ ଦିନ ମଧ୍ୟରେ ଆବଶ୍ୟକ କରୁଥିବା ଭାରତୀୟ ରାଜ୍ୟମାନଙ୍କରେ ଟିକା ଡେଲିଭରି କରାଯିବ।

The post କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ଉତ୍ପାଦନ କରିବା ଲାଗି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’କୁ ଅନୁମତି ଦେଲେ ‘ଡିସିଜିଆଇ’ first appeared on Sambad.



from କରୋନା – Sambad https://ift.tt/38aUPru