
ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦେଶରେ ୧୦ ଲକ୍ଷରୁ ଅଧିକ ଲୋକ କୋଭିଡ୍ ଟିକା ନେଲେଣି। ଗୋଟିଏ ଦିନରେ ଦେଶରେ ୨ ଲକ୍ଷରୁ ଅଧିକ ଲୋକ କରୋନା ଟିକା ନେବା ଏକ ଗ୍ଲୋବାଲ୍ ରେକର୍ଡ। ତେବେ ଆରମ୍ଭରେ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେବାପାଇଁ ଦ୍ବନ୍ଦ୍ବରେ ଥିଲେ। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀମାନେ ପ୍ରଥମେ ଟିକା ନେବାପାଇଁ ଇଚ୍ଛା ପ୍ରକାଶ କରିନଥିଲେ। କିନ୍ତୁ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଅନ୍ୟ ଦେଶ ତୁଳନାରେ ଭାରତୀୟମାନେ ଟିକାକୁ ସବୁଠୁ ଅଧିକ ବିଶ୍ବାସ କରୁଛନ୍ତି। ଏକ ଅନ୍ତର୍ଜାତୀୟ ସଂସ୍ଥାର ସର୍ଭେ ଅନୁଯାୟୀ ଭାରତରେ ପ୍ରତି ୧୦ ଜଣରେ ୮ ଜଣ ଟିକା ନେବାପାଇଁ ଇଚ୍ଛୁକ। ଆମେରିକା, ବ୍ରିଟେନ୍, ଜର୍ମାନି, ରୁଷ୍ , ଭାରତ ସମେତ ୨୮ ରାଷ୍ଟ୍ର ମଧ୍ୟରୁ ଭାରତରେ ସବୁଠୁ ଅଧିକ ଲୋକ କୋଭିଡ ଟିକା ନେଉଛନ୍ତି। ସର୍ଭେରୁ ଏହା ଜଣାପଡ଼ିଛି ଯେ ଆମେରିକାରେ ୫୯ ପ୍ରତିଶତ ଏବଂ ଚୀନ୍ରେ ୭୪ ପ୍ରତିଶତ ଲୋକ କରୋନା ଟିକା ନେବାକୁ ଇଚ୍ଛୁକ।
The post ଭାରତୀୟମାନେ କୋଭିଡ୍ ଟିକାକୁ ସବୁଠୁ ଅଧିକ ବିଶ୍ବାସ କରୁଛନ୍ତି first appeared on Sambad.
from କରୋନା – Sambad https://ift.tt/3sWR9SD
0 Comments