
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସକ୍ରିୟ ମାମଲା ଲଗାତାର ଭାବେ କମୁଛି। ୧୭୯ ଦିନ ପରେ ଦେଶରେ ସକ୍ରିୟ ମାମଲା ୨.୫୪ ଲକ୍ଷକୁ କମିଆସିଛି। ଜୁଲାଇ ୬ରେ ଶେଷ ଥର ପାଇଁ ଦେଶରେ ସକ୍ରିୟ ମାମଲା ୨,୫୩,୨୮୭ ଥିଲା। ଏହା ମୋଟ୍ ସଂକ୍ରମଣ ମାମଲାର ୨.୪୭ ପ୍ରତିଶତ। ଗତ କିଛି ଦିନ ଧରି ଦେଶରେ ସକ୍ରିୟ ମାମଲା ପ୍ରାୟ ୨୦ ହଜାର ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ମାମଲା ୨୦.୦୩୫ ଥିବାବେଳେ ୨୩,୧୮୧ ଜଣ ସୁସ୍ଥ ହୋଇଛନ୍ତି। ୩୫ ଦିନ ଧରି ଦେଶରେ ଦୈନିକ ନୂଆ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଛି। ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୯ ଲକ୍ଷ (୯୮,୮୩,୪୬୧)ରେ ପହଞ୍ଚିଛି। ମୋଟ୍ ସକ୍ରିୟ ମାମଲା ୨,୫୪,୨୫୪ ରହିଛି।
ଲଗାତାର ୧୧ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ଲକ୍ଷରୁ କମ୍ ରହୁଛି। ଦେଶରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ମଙ୍ଗଳବାର ଏବଂ ବୁଧବାର ଦିନ ୨୦ ଜଣ ନୂଆ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ୫ ଜଣ ଏବଂ ଶୁକ୍ରବାର ୪ ଜଣ ନୂଆ ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଦେଶରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।
The post ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/3hyTT37
0 Comments