
ନୂଆଦିଲ୍ଲୀ: ଭାରତ ଆଫ୍ରିକାକୁ ୧ କୋଟି ଏବଂ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୧୦ ଲକ୍ଷ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା ଯୋଗାଇ ଦେବ।
ଏହି ଟିକା ‘ଗ୍ଲୋବାଲ୍ ଆଲିଏନ୍ସ୍ ଫର୍ ଭ୍ୟାକ୍ସିନ୍ସ୍ ଆଣ୍ଡ୍ ଇମ୍ୟୁନାଇଜେସନ୍’ (ଗାଭି) ଆଧାରରେ ପ୍ରେରଣ କରାଯିବ। ୨୦୦୦ ମସିହାରେ ସୃଷ୍ଟି ହୋଇଥିବା ‘ଗାଭି’ର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଦରିଦ୍ରତମ ରାଷ୍ଟ୍ରଗୁଡ଼ିକରେ ଥିବା ପିଲାମାନଙ୍କୁ ଟିକା ଲାଗି ସମାନ ସୁଯୋଗ ଦେବା। ‘ଗାଭି’ର ‘କୋଭାକ୍ସ୍ ଫ୍ୟାସିଲିଟି’ରେ କୋଭିଡ୍-୧୯ ଟିକାର ସମାନ ଆବଣ୍ଟନ ହାସଲ ଏବଂ ଟିକାର ବିକାଶ ଓ ପ୍ରସ୍ତୁତିକୁ ତ୍ୱରାନ୍ଵିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସେପଟେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଔପଚାରିକ ଭାବେ ଘୋଷଣା କରିଛି ଯେ, ଭାରତ ଓମାନକୁ ୧୧ ଲକ୍ଷ, କେରିକମ୍ ଦେଶମାନଙ୍କୁ ୫ ଲକ୍ଷ ଡୋଜ୍, ନିକାରାଗୁଆକୁ ୨ ଲକ୍ଷ ଡୋଜ୍ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶମାନଙ୍କୁ ୨ ଲକ୍ଷ ଡୋଜ୍ କୋଭିଡ୍-୧୯ ଟିକା ଯୋଗାଇ ଦେବ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଅନୁସାରେ, କୋଭିଡ୍-୧୯ ମହାମାରୀ ବିରୋଧରେ ଆନ୍ତର୍ଜାତିକ ସହଯୋଗକୁ ଭାରତ ତା’ର କର୍ତ୍ତବ୍ୟ ବୋଲି ମନେକରେ। ତେଣୁ, ସେହି ଆଧାରରେ ଆମେ ଆମ ପଡ଼ୋଶୀ ଦେଶଙ୍କ ସମେତ ବିଶ୍ୱର କେତେକ ଦେଶକୁ ପ୍ରଥମେ ଟିକା ଯୋଗାଇ ଦେଇଛୁ।
The post ବୈଶ୍ୱିକ ଟିକା ନୀତି ଆଧାରରେ ଆଫ୍ରିକାକୁ ୧ କୋଟି ଏବଂ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୧୦ ଲକ୍ଷ କୋଭିଡ୍-୧୯ ଟିକା ଯୋଗାଇ ଦେବ ଭାରତ first appeared on Sambad.
from କରୋନା – Sambad https://ift.tt/3otGwDl
0 Comments