ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୮,୮୫୫ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ସମୁଦାୟ ସଂକ୍ରମଣସଂଖ୍ୟା ୧.୭୨ ନିୟୁତ ଟପିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୮୫୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୬୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୨୦,୦୪୮ରେ ପହଞ୍ଚିଛି।

Image Courtesy of CNBC

ଗତ ୨୪ ଘଣ୍ଟାରେ ୧୬୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୪,୦୧୦ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୦, ୭୪୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୩,୯୪,୩୫୨। ଏହି ତଥ୍ୟ ଅନୁସାରେ, ଦେଶରେ ସୁସ୍ଥତା ହାର ପ୍ରାୟ ୯୬.୯୪% ଥିବା ବେଳେ ମୃତ୍ୟୁସଂଖ୍ୟା ପୂର୍ବପରି ୧.୪୪%ରେ ସ୍ଥିର ରହିଛି।

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୭୧,୬୮୬ରେ ପହଞ୍ଚିଛି। ଏହା ଦେଶର ସମୁଦାୟ ସଂକ୍ରମଣ ସଂଖ୍ୟାର ୧.୬୨%। କ୍ରମାଗତ ୧୦ମ ଦିନ ଲାଗି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହିଛି।

ସେହିଭଳି, ଜାନୁଆରି ୨୮ ସୁଦ୍ଧା ଦେଶରେ ସମୁଦାୟ ୨୮,୪୭,୬୦୮ ଜଣଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଶୁକ୍ରବାର ସୁଦ୍ଧା ସମୁଦାୟ ୧୯,୫୦,୮୧,୦୭୯ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୭,୪୨,୩୦୬ଟି ନମୁନା।

The post ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮,୮୫୫ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୭୧ ଲକ୍ଷ first appeared on Sambad.



from କରୋନା – Sambad https://ift.tt/2KXGMwu