ମୁମ୍ବାଇ: ‘ଭାରତ ବାୟୋଟେକ୍‌’ ଉତ୍ପାଦ କରୋନାଭାଇରସ୍‌ ନିରୋଧୀ ଟିକା ‘କୋଭାକ୍ସିନ୍‌’ ନେବାଦ୍ୱାରା ଯଦି କୌଣସି ହିତାଧିକାରୀଙ୍କ ଠାରେ ସାଙ୍ଘାତିକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୁଏ, ତେବେ ତାଙ୍କୁ କ୍ଷତିପୂରଣ ଦିଆଯିବ। ଶୁକ୍ରବାର ଦିନ ଟିକାକରଣ କେନ୍ଦ୍ରମାନଙ୍କରେ ବଣ୍ଟନ କରାଯାଇଥିବା ସମ୍ମତି ଫର୍ମର ସବା ଉପରେ ଉଲ୍ଲେଖଥିବା ସର୍ତ୍ତାବଳିରେ ଏ କଥା ଉଲ୍ଲେଖ ଥିବା ଜଣାପଡ଼ିଛି।

ଛଅଟି ସହରରେ ଥିବା କେନ୍ଦ୍ର ସରକାରଙ୍କ ଡାକ୍ତରଖାନାରେ ହୋଇଥିବା ଟିକାକରଣ କେନ୍ଦ୍ରରେ କୋଭାକ୍ସିନ୍‌ ଦିଆଯିବ।

ଏହି ଟିକା ନେବା ପରେ ଯଦି ହିତାଧିକାରୀଙ୍କ ଠାରେ ସାଙ୍ଘାତିକ ପାର୍ଶ୍ୱପ୍ରତିକ୍ରିୟା ଉପୁଜେ ତେବେ ତାଙ୍କୁ ସରକାରୀ ସ୍ୱୀକୃତି ଓ କ୍ଷମତାପ୍ରାପ୍ତ କେନ୍ଦ୍ର କିଂବା ଡାକ୍ତରଖାନାମାନଙ୍କରେ ଚିକିତ୍ସା ଯୋଗାଇ ଦିଆଯିବ। ଟିକା କ୍ରୟ ନିମନ୍ତେ ସରକାର ଦେଇଥିବା ବରାଦରେ ଉଲ୍ଲେଖ ଅଛି ଯେ, ସମସ୍ତ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଲାଗି କମ୍ପାନିମାନେ ଦାୟୀ ରହିବେ।

Image Courtesy of Business Today

ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ନିମନ୍ତେ ଅନୁମୋଦନ ପାଇଥିବାରୁ କୋଭାକ୍ସିନ୍‌ ନେବାକୁ ଇଚ୍ଛୁକ ହିତାଧିକାରୀମାନଙ୍କୁ ଏକ ସମ୍ମତି ଫର୍ମରେ ସ୍ୱାକ୍ଷର କରିବାକୁ ପଡ଼ିବ। ପ୍ରକାରାନ୍ତରେ କହିବାକୁ ଗଲେ ଏହି ଟିକା ନୈଦାନିକ ପରୀକ୍ଷା ଭାବେ ଦିଆଯିବ।

ଏହି ଟିକା ନେଇଥିବା ହିତାଧିକାରୀଙ୍କୁ ଏକ ‘ଫ୍ୟାକ୍ଟ୍‌-ସିଟ୍‌’ ଏବଂ ଏକ ‘ଆଡ୍‌ଭର୍ସ ଇଫେକ୍ଟ୍‌ ସିଟ୍‌’ ଦିଆଯିବ। ଟିକା ନେବାର ପ୍ରଥମ ୭ ଦିନ ମଧ୍ୟରେ ହୋଇଥିବା ଜ୍ୱର, ଯନ୍ତ୍ରଣା ଏବଂ ଲାଲ୍‌ ପଡ଼ିଯିବା ଆଦି କଥା ସେଥିରେ ସେମାନେ ଉଲ୍ଲେଖ କରିବେ।

The post ‘କୋଭାକ୍ସିନ୍‌’ ସାଙ୍ଘାତିକ ପାର୍ଶ୍ୱପ୍ରତିକ୍ରିୟାର କାରଣ ହେଲେ ହିତାଧିକାରୀଙ୍କୁ ମିଳିବ କ୍ଷତିପୂରଣ first appeared on Sambad.



from କରୋନା – Sambad https://ift.tt/3ieQEyc