
ଜାତିସଂଘ: ବିଶ୍ୱରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇ ନିୟୁତ ଟପିବା ପରେ ଶୁକ୍ରବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍ କହିଛନ୍ତି ଯେ, ଏହି ଭୂତାଣୁର ମୁକାବିଲା କରିବାକୁ ବିଶ୍ୱରେ ସହଯୋଗର ବିଫଳତା ପରିଲକ୍ଷତ ହେଉଛି।
ସେ କହିଛନ୍ତି, ଆଜି ଆମେ ଟିକା କ୍ଷେତ୍ରରେ ଏକ ଶୂନ୍ୟତା ଉପଲବ୍ଧି କରୁଛନ୍ତି। ଅଧିକ ଆୟକାରୀ ଦେଶମାନଙ୍କରେ ଟିକା ତୁରନ୍ତ ପହଞ୍ଚି ଯାଉଥିବା ବେଳେ ଗରିବ ରାଷ୍ଟ୍ରମାନେ ଟିକା ପାଉନାହାନ୍ତି।
ଚେତାବନୀ ଦେଇ ସେ କହିଛନ୍ତି, ବିଜ୍ଞାନ ସଫଳ ହେଉଛି କିନ୍ତୁ, ସହଯୋଗ ବିଫଳ ହେଉଛି।
ଦେଶମାନଙ୍କର ନାଁ ନ ଧରି ଗୁଟେରେସ୍ ସମାଲୋଚନାପୂର୍ବକ କହିଲେ ଯେ, କେତେକ ଦେଶ ଆବଶ୍ୟକତା ଠାରୁ ଅଧିକ ଟିକା ଯୋଗାଡ଼ କରୁଛନ୍ତି।
ନାଗରିକମାନଙ୍କୁ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ୱ, କିନ୍ତୁ, ‘ଭ୍ୟାକ୍ସିନ୍ୟାସ୍ନାଲିଜ୍ମ୍’ (ଟିକାକରଣବାଦ) ଆତ୍ମ-ପରାଜୟର କାରଣ ହେବ। ଏଥିଯୋଗୁଁ ବୈଶ୍ୱିକ ସୁସ୍ଥତାରେ ବିଳମ୍ବ ହେବ। ଏକାଥରକରେ ଗୋଟିଏ ଦେଶରେ କୋଭିଡ୍-୧୯କୁ ଦମନ କରି ହେବନାହିଁ।
ସେ ଆହୁରି ମଧ୍ୟ କହିଲେ ଯେ, ପ୍ରତ୍ୟକ୍ଷ ସେବାପ୍ରଦାନକାରୀଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ। ପ୍ରତ୍ୟକ୍ଷ ସେବାପ୍ରଦାନକାରୀମାନେ ହେଉଛନ୍ତି ସ୍ୱାସ୍ଥ୍ୟସେବାକର୍ମୀ ଏବଂ ସହଜରେ ସଂକ୍ରମିତ ହେବାର ଆଶଙ୍କା ଥିବା ଜନତା।
ଏକ ସାମ୍ବାଦିକ ସମ୍ମିଳନୀରେ ଜାତିସଂଘ ସାଧାରଣ ପରିଷଦ୍ର ଅଧ୍ୟକ୍ଷ ଭୋଲ୍କନ୍ ବୋଜ୍କିର୍ ଘୋଷଣା କରିଛନ୍ତି ଯେ, ଖୁବ୍ ଶୀଘ୍ର ସେ ଓ ଗଟେରସ୍ ଟିକା ନେବେ। ଆସନ୍ତା ସପ୍ତାହରେ ଜାତିସଂଘ ମୁଖ୍ୟଙ୍କୁ ଓ ଫେବ୍ରୁଆରି ୨ ତାରିଖ ଦିନ ଜାତିସଂଘ ସାଧାରଣ ପରିଷଦ୍ର ଅଧ୍ୟକ୍ଷଙ୍କୁ ଟିକା ଦିଆଯିବ।
ଏହାର କାରଣ ଦର୍ଶାଇ ବୋଜ୍କିର୍ କହିଛନ୍ତି ଯେ, ଜାତିସଂଘର ମୁଖ୍ୟାଳୟ ଅବସ୍ଥିତ ଥିବା ନ୍ୟୁୟର୍କର ଜନସ୍ୱାସ୍ଥ୍ୟ ନୀତି ଅନୁସାରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ।
The post ୨ ନିୟୁତ ଟପିଲା ବିଶ୍ୱରେ କୋଭିଡ୍-୧୯ଜନିତ ମୃତ୍ୟୁ: ବିଜ୍ଞାନ ସଫଳ ହେଉଛି, କିନ୍ତୁ ସହଯୋଗ ବିଫଳ ହେଉଛି- ଜାତିସଂଘ ମୁଖ୍ୟ first appeared on Sambad.
from କରୋନା – Sambad https://ift.tt/3imDVtd
0 Comments