
ଜେରୁଜେଲମ୍(ଇସ୍ରାଏଲ): ମହାମାରୀ କୋଭିଡ୍-୧୯ର ଉପଦ୍ରବରୁ ଉପଶମ ପାଇବା ଲାଗି ବିଭିନ୍ନ ରାଷ୍ଟ୍ରରେ ଏବେ ଟିକାକରଣ ଜାରି ରହିଛି। ସେହି କ୍ରମରେ ଇସ୍ରାଏଲରେ ମଧ୍ୟ ଫାଇଜର-ଏନ୍ବାୟୋଟେକ୍ ଦ୍ବାରା ବିକଶିତ ଟିକାର ଉପଯୋଗରେ ଦେଶବ୍ୟାପୀ କୋଭିଡ୍ ଟିକାକରଣ ଚାଲିଛି। ଏପରିକି ଅନେକ ସ୍ଥାନରେ ଟିକାର ଦ୍ବିତୀୟ ମାତ୍ରା ମଧ୍ୟ ପ୍ରଦାନ କରାସରିଲାଣି। ତେବେ ଟିକା ନେବା ପରେ ଦେଶର ୧୨ ହଜାର ୪୦୦ରୁ ଅଧିକ ଲୋକଙ୍କ ଠାରେ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ପଜିଟିଭ୍ ବାହାରିବା ଘଟଣା ଦେଶବାସୀ ଏବଂ ବିଶେଷଜ୍ଞମାନଙ୍କୁ ଆତଙ୍କିତ କରିଦେଇଛି।
ଏପରିକି ସେମାନଙ୍କ ଭିତରେ ୬୯ ଜଣ ଉକ୍ତ ଟିକାର ଦ୍ବିତୀୟ ମାତ୍ରା ନେଇଥିବା ଘଟଣା ଟିକାର ଫଳପ୍ରଦତା ଉପରେ ପ୍ରଶ୍ନବାଚୀ ଲଗାଇଛି। ସୂଚନାନୁଯାୟୀ, ଗତ ମାସ ୧୯ ତାରିଖରେ ଆରମ୍ଭ ହୋଇଥିବା ଦେଶର ଏହି ଟିକାକରଣରେ ବର୍ତ୍ତମାନ ସୁଦ୍ଧା ମୋଟ ୯୦ ଲକ୍ଷ ଦେଶବାସୀଙ୍କ ମଧ୍ୟରୁ ୨୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଫାଇଜର ଟିକା ଦିଆ ସରିଛି। ଦେଶରେ ତଥାପି ସଂକ୍ରମଣର ଭୟାବହତା ଅଧିକ ରହିଥିବାରୁ ତୃତୀୟ ଦଫା ଲକ୍ଡାଉନ୍ କଟକଣା ଜାରି ରହିଛି। ଏହି ଅବସରରେ ଟିକା ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ମୋଟ ଲକ୍ଷେ ୮୯ ହଜାର ନାଗରିକଙ୍କର ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେଥିରୁ ୬.୬ ପ୍ରତିଶତ କୋଭିଡ୍-୧୯ ପଜିଟିଭ୍ ବାହାରିବା ଚିନ୍ତାର ବିଷୟ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
The post ଇସ୍ରାଏଲ୍ରେ କୋଭିଡ୍ ଆତଙ୍କ: ଫାଇଜର ଟିକା ନେଇ ବି ୧୨,୦୦୦ ଲୋକ କୋଭିଡ୍ ପଜିଟିଭ୍ first appeared on Sambad.
from କରୋନା – Sambad https://ift.tt/39Qer3L
0 Comments