
ନୂଆଦିଲ୍ଲୀ : ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ପ୍ରକାରକୁ ଆଇସୋଲେଟ ଓ କଲଚର କରିବାରେ ସକ୍ଷମ ହୋଇଛି ଭାରତ । ଏହା ସମଗ୍ର ବିଶ୍ବରେ ପ୍ରଥମ ଘଟଣା ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।
ଏକ ଟ୍ବିଟ କରି ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ପୁନେ ସ୍ଥିତ ଜାତୀୟ ଭୁତାଣୁବିଜ୍ଞାନ ପ୍ରତିଷ୍ଠାନ (ଏନଆଇଭି)ରେ କରୋନା ଭୁତାଣୁ (ବ୍ରିଟେନ ପ୍ରକାର)କୁ ଆଇସୋଲେଟ (ପୃଥକୀକରଣ) ଓ କଲଚର କରାଯାଇପାରିଛି । ଏହି ନୂଆ ଭୁତାଣୁ ସଂକ୍ରମିତ ବ୍ରିଟେନ ଫେରନ୍ତା ଲୋକମାନଙ୍କଠାରୁ ନମୁନା ସଂଗ୍ରହ କରି ଏହି ପରୀକ୍ଷଣ କରାଯାଇଥିଲା ।
ଆଇସିଏମଆର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ନୂଆ ଭୁତାଣୁ ସଂପର୍କରେ ଜଣାପଡ଼ିବା ପରେ ସାରା ଦେଶରେ ଥିବା ଆଇସିଏମଆରର ନେଟଓ୍ବାର୍କ ମାଧ୍ୟମରେ ତାହା ଉପରେ ନଜର ରଖାଯାଇଥିଲା ଓ ନମୁନା ସଂଗ୍ରହ କରାଯାଇଥିଲା । ଆଇସିଏମଆର-ଏନଆଇଭିର ବୈଜ୍ଞାନିକମାନେ ସଫଳତାର ସହ ଭେରୋ ସେଲ ଲାଇନ ବ୍ୟବହାର କରି ଏହି ଭୁତାଣୁର କଲଚର କରିବାକୁ ସକ୍ଷମ ହୋଇଥିଲେ । ବିଶ୍ବର କୌଣସି ଦେଶ ଏପର୍ଯ୍ୟନ୍ତ ଏହା କରିବାକୁ ସକ୍ଷମ ହୋଇନାହାନ୍ତି । ଗୋଟିଏ ଭୁତାଣୁର କଲଚର ପରେ ତା ସମ୍ପର୍କରେ ଅଧିକ ତଥ୍ୟ ମିଳିଥାଏ ଓ ଫଳରେ ତାହାର ନିରାକରଣ ବାହାର କରିବା ସମ୍ଭବ ହୋଇଥାଏ ।
The post ବିଶ୍ବର ପ୍ରଥମ ଦେଶଭାବେ ବ୍ରିଟିଶ କରୋନା ଭୁତାଣୁର କଲଚର କଲା ଭାରତ first appeared on Sambad.
from କରୋନା – Sambad https://ift.tt/3hDCeaI
0 Comments