
ନୂଆଦିଲ୍ଲୀ: ଦେଶର ସମସ୍ତ ନାଗରିକଙ୍କୁ ସରକାର ମାଗଣାରେ କୋଭିଡ୍ ଟିକା ନ ଯୋଗାଇଲେ ବି ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଉପକୃତ ହେବାକୁ ଥିବା ପ୍ରାଥମିକତା ଗୋଷ୍ଠୀର ୩୦ କୋଟି ଲୋକଙ୍କୁ ତାହା ମାଗଣାରେ ମିଳିବ ବୋଲି ଆଜି କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ ତଥ୍ୟ ନୀତି ଆୟୋଗ ସଦସ୍ୟ ଡା. ବିନୋଦ ପାଲ୍ କହିଛନ୍ତି। ଚଳିତ ମାସରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ କୋଟି ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଭାଗ କୋଭିଡ୍ ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ। ବର୍ତ୍ତମାନ ପାଇଁ ସରକାର ୩୦ କୋଟି ବ୍ୟକ୍ତିବିଶେଷଙ୍କ ଟିକାକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେହିପରି ମଧୁମେହ, ହୃଦ୍ରୋଗ ଭଳି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଏବଂ ୫୫ ବର୍ଷରୁ ଅଧିକ ବୟସ୍କଙ୍କ ଭଳି ଏହି ପ୍ରାଥମିକତା ଗୋଷ୍ଠୀର ଅନ୍ୟ ୨୭ କୋଟି ନାଗରିକଙ୍କର ଆଗାମୀ ୬ରୁ ୮ ମାସ ଭିତରେ ଟିକାକରଣ କରାଯିବ ବୋଲି ଡା. ପାଲ୍ କହିଛନ୍ତି। ପ୍ରଥମ ଦଫାରେ ୩ କୋଟିଙ୍କ ପାଇଁ ପ୍ରସ୍ତୁତି ପ୍ରାୟ ସରିଥିବା ବେଳେ ଦ୍ବିତୀୟ ଦଫାରେ ୨୭ କୋଟି ହିତାଧିକାରୀଙ୍କ ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ଜାରି ରହିଛି। ଏଥିପାଇଁ ଦେଶରେ ମୋଟ ୩୧ଟି ମୁଖ୍ୟ ଟିକା ଗୋଦାମ ଖୋଲିଥିବା ବେଳେ ୨୯ ହଜାର ଟିକାଗ୍ରହଣ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି।
The post ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କ ଟିକାକରଣ ଖର୍ଚ୍ଚ ସରକାର ବହନ କରିବେ first appeared on Sambad.
from କରୋନା – Sambad https://ift.tt/3n35w3q
0 Comments