ଭୁବନେଶ୍ବର: ଆଜି ରାଜ୍ୟରୁ ୧୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମିକମି ଆସିବା ଏକ ଖୁସି ଖବର ବୋଲି କୁହାଯାଉଛି। ଚିହ୍ନଟ ୧୮୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୦୮ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି।

New Mutant Strain of Corona Virus All You Need to Know - BW Businessworld

ଅନୁଗୁଳରୁ ୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୧ଜଣ, ବରଗଡ଼ରୁ ୧୫ଜଣ, ବଲାଙ୍ଗୀରରୁ ୮ଜଣ, ବୌଦ୍ଧରୁ ୨ଜଣ, କଟକରୁ ୧୪ଜଣ, ଦେବଗଡ଼ରୁ ଜଣେ, ଗଜପତିରୁ ୨ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮ଜଣ, ଝାରସୁଗୁଡ଼ାରୁ ୩ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩ଜଣ, କେନ୍ଦୁଝରରୁ ୨ଜଣ, ଖୋର୍ଧାରୁ ୭ଜଣ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।

 

ସେହିପରି କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୫ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୨ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୧୪ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରରୁ ୨୦ଜଣ, ସୁବର୍ଣ୍ଣପୁରରୁ ୪ଜଣ, ସୁନ୍ଦରଗଡ଼ରୁ ୩୪ଜଣ ଓ ଷ୍ଟେଟପୁଲରୁ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

The post ରାଜ୍ୟରୁ ଚିହ୍ନଟ ହେଲେ ୧୮୬ଜଣ କରୋନା ଆକ୍ରାନ୍ତ; ସକ୍ରିୟ ସଂଖ୍ୟା ୨୧୬୬ ରହିଛି first appeared on Sambad.



from କରୋନା – Sambad https://ift.tt/3nNm2Vs