ନୂଆଦିଲ୍ଲୀ: ୮୦% ଭାରତୀୟ କୋଭିଡ୍-୧୯ ଟିକା ନେବାକୁ ଇଚ୍ଛୁକ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି। ଏହା ମୋଦୀ ସରକାର ଏବଂ ଦେଶର ବୈଜ୍ଞାନିକମାନଙ୍କ ଉପରେ ଜନତାଙ୍କର ବିଶ୍ୱାସକୁ ପ୍ରତିପାଦିତ କରୁଛି ବୋଲି ୨୮ ଦେଶରେ କରାଯାଇଥିବା ‘ଏଡଲ୍ମ୍ୟାନ୍ ପିଆର୍ସ ଟ୍ରଷ୍ଟ୍ ବାରୋମିଟର୍ ସର୍ଭେ ୨୦୨୧’ରୁ ଉପରୋକ୍ତ ତଥ୍ୟ ଉଦ୍ଧାର କରି ଡାକ୍ତର ବର୍ଦ୍ଧନ ଏକଥା କହିଛନ୍ତି।
ଭାରତର ଜରୁରୀ ଟିକାକରଣ ଅଭିଯାନ ଆରମ୍ଭ ହେବାର ଦିନକ ପୂର୍ବରୁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିବା କଥା ମଧ୍ୟ ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟର ଏହି ଟିକାକରଣ ଅଭିଯାନରେ କେବଳ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ଟିକା ଦିଆଯିବ।
ଟିକା ନେବାକୁ ଅତ୍ୟନ୍ତ ଆଗ୍ରହୀ ଏବଂ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜନତାଙ୍କୁ ମୁକାବିଲା କରିବାକୁ କେନ୍ଦ୍ର ସରକାର ପୁଙ୍ଖାନୁପୁଙ୍ଖ ଯୋଜନା ପ୍ରସ୍ତୁତ କରିଛନ୍ତି। କେତେକ ୟୁରୋପୀୟ ରାଷ୍ଟ୍ରର ଲୋକ ଏହି ଟିକା ନେବା ପାଇଁ ଦ୍ୱିଧା ବୋଧ କରୁଛନ୍ତି।
ଟିକା ନେବା ଇଚ୍ଛାଧୀନ ହୋଇଥିଲେ ମଧ୍ୟ ଟିକା ନେବା ପାଇଁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେମାନେ ଏହି ଦୁଇ ଡୋଜ୍ର ଟିକା ନେଲେ ଅନ୍ୟମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବ।
ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାରୁ ଏହାର ଫଳପ୍ରଦତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଅନ୍ୟ ବିଶେଷଜ୍ଞମାନେ ବାରମ୍ବାର ଏହାର ଫଳପ୍ରଦତାକୁ ସୁନିଶ୍ଚିତ କରିବା ସହ ଭୟଭୀତ ନ ହେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।
The post ୮୦% ଭାରତୀୟ ଟିକା ନେବାକୁ ଇଚ୍ଛୁକ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ first appeared on Sambad.
from କରୋନା – Sambad https://ift.tt/39wwYlr
0 Comments