ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଭାଗ ଯୋଦ୍ଧାମାନଙ୍କୁ ଟିକା ଦିଆଯାଉଛି। କିନ୍ତୁ ଟିକା ନେବା ପରଠାରୁ ଆଜିସୁଦ୍ଧା ୧୧ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଲାଣି। ସ୍ବାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞମାନେ ଏହି ମୃତ୍ୟୁକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାର ତଦନ୍ତ ପାଇଁ ବିଶେଷଜ୍ଞମାନେ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଆଜି ଚିଠି ଲେଖିଛନ୍ତି। ଏହି ବିଶେଷଜ୍ଞମାନଙ୍କ ମଧ୍ୟରେ ମାଳିନୀ ଆଇସୋଲା, ଏସ୍‌ ପି କାଲାନ୍ତ୍ରି ଏବଂ ଟି ଜାକବ ଜନ୍‌ ରହିଛନ୍ତି।

ସେମାନେ ଉକ୍ତ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଜିଲ୍ଲା କିମ୍ବା ରାଜ୍ୟସ୍ତରର ଅଧିକାରୀମାନେ ଯଦିଓ ଘୋଷଣା କରିଛନ୍ତି ଯେ ଟିକା ନେବା ସହିତ ଏହି ମୃତ୍ୟୁର କୌଣସି ସଂପର୍କ ନାହିଁ ତଥାପି ଜିଲ୍ଲା, ରାଜ୍ୟ ଏବଂ ଟିକାକରଣ ପରେ ଜାତୀୟ ପ୍ରତିକୂଳ ଘଟଣା କମିଟି ବା ଏଇଏଫଆଇ କମିଟି ପକ୍ଷରୁ ଏସଂକ୍ରାନ୍ତରେ କୌଣସି ରିପୋର୍ଟ ପ୍ରକାଶ କରାଯାଇନାହିଁ। ଏହି ମୃତ୍ୟୁର ତଦନ୍ତ କିଏ କରିଛି ଏବଂ ତଦନ୍ତର ପଦ୍ଧତି କ’ଣ ରହିଛି ତାହାକୁ ସାଧାରଣରେ ପ୍ରକାଶ କରାଯାଇଛି। ତେଣୁ ଜାତୀୟ କମିଟି ଦ୍ବାରା ଏସବୁ ମୃତ୍ୟୁର ତଦନ୍ତ କରିବା ଲାଗି ଦାବି କରି ବିଶେଷଜ୍ଞମାନେ ଚିଠି ଲେଖିଛନ୍ତି।

The post କରୋନା ଟିକା ନେବା ପରେ ୧୧ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ଦାବି କଲେ ବିଶେଷଜ୍ଞ first appeared on Sambad.



from କରୋନା – Sambad https://ift.tt/3cFrrfJ