ପାରଳାଖେମୁଣ୍ଡି: ମାତ୍ର ୨ ଦିନ ମଧ୍ୟରେ ଗଜପତି ଜିଲ୍ଲାରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୮ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି। ମୋହନାରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୪ ଜଣ କରୋନା ଆକ୍ରାନ୍ତ ଜଣାପଡ଼ିଛନ୍ତି। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗଜପତି ଜିଲ୍ଲାରେ ମାତ୍ର କିଛି ଜଣ କରୋନା ସଂକ୍ରମିତ ଥିଲେ। ମାତ୍ର ହଠାତ ୨ ଦିନରେ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାବାସୀଙ୍କର ଚିନ୍ତା ବଢ଼ିଛି। ସବୁଠାରୁ ବଡ଼ କଥା ହେଲା ଯେ ଗତ ୮ ତାରିଖ ଦିନ ଠାରୁ ସ୍କୁଲ ଖୋଲାଯିବା ପରେ ୩୦ ଜଣ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏଥି ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଗଜପତି ଜିଲ୍ଲାରେ ଏପର୍ଯ୍ୟନ୍ତ ୩ ହଜାର ୯୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩ ହଜାର ୯୪୩ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ହୋଇଛି।
The post ଗଜପତି ଜିଲ୍ଲାରେ ଦୁଇ ଦିନରେ ୨୮ ଶିକ୍ଷକ ଓ ୨ ଛାତ୍ରଙ୍କ ସମେତ ୩୧ ଜଣଙ୍କୁ କରୋନା first appeared on Sambad.
from କରୋନା – Sambad https://ift.tt/2LymQAf
0 Comments