ଏଣିକି ପିଆରଏମ୍ ଆଇସୋଲେସନ୍ ୱାର୍ଡରେ ରହିବେ କରୋନା ରୋଗୀ
ନୁଆବର୍ଷରୁ ହସ୍ପିଟାଲରେ ନାହାନ୍ତି ଜଣେ ବି ନୁଆ ରୋଗୀ

ବାରିପଦା : ଜିଲ୍ଲାରେ କରୋନା ଲଢ଼େଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ଜଣାପଡ଼ିଛି। ମୟୂରଭଞ୍ଜରେ ଥିବା ଏକମାତ୍ର କୋଭିଡ୍ ହସ୍ପିଟାଲକୁ ଆଜିଠାରୁ ବନ୍ଦ କରିଦିଆଯାଇଛି। ବାରିପଦାସ୍ଥିତ ବାଙ୍କିଶୋଳରେ ଥିବା କିମ୍ସ କୋଭିଡ୍ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ବନ୍ଦ କରିଦିଆଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଚଳିତ ବର୍ଷର ପ୍ରଥମ ଦିନରୁ ଏହି ହସ୍ପିଟାଲରେ ଜଣେ ହେଲେ ବି ନୁଆ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇନାହାନ୍ତି। ଫଳରେ ଏହି ହସ୍ପିଟାଲକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି।

ଏଣିକି କରୋନା ଆକ୍ରାନ୍ତଙ୍କୁ ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଥିବା ଆଇସୋଲେସନ୍ ୱାର୍ଡରେ ରଖାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ଜିଲ୍ଲାରେ ଥିବା କୋଭିଡ୍ କେୟାର୍ ହୋମ୍ ଏବଂ କୋଭିଡ୍ କେୟାର୍ ସେଣ୍ଟର୍ଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୩,୯୮୬ ଥିବାବେଳେ ସୁସ୍ଥ ସଂଖ୍ୟା ୧୩,୮୫୨ ରହିଛି। ସେହିପରି ୯୧ଜଣ କରୋନା କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

The post ମୟୂରଭଞ୍ଜ ଜିଲ୍ଲାରେ ବନ୍ଦ ହେଲା କୋଭିଡ୍ ହସ୍ପିଟାଲ first appeared on Sambad.



from କରୋନା – Sambad https://ift.tt/2MPGxo1