ଟିକା ଯୋଗାଣ ପରଖିବା ପାଇଁ ସରିଲା ଦ୍ବିତୀୟ ‘ଡ୍ରାଏ-ରନ୍‌’

ନୂଆଦିଲ୍ଲୀ : ଦେଶବାସୀଙ୍କ କୋଭିଡ୍‌ ଟିକାକରଣକୁ ସୁଗମ କରିବା ଏବଂ ଟିକାଯୋଗାଣରେ ରହିଥିବା ଚ୍ୟାଲେଂଜକୁ ସାମ୍ନା କରିବାପାଇଁ ଜାରି ରହିଥିବା ଅଭ୍ୟାସଭିତ୍ତିକ ଡ୍ରାଏ-ରନ୍‌ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦଫା ଦେଶର ମୋଟ ୭୩୭ଟି ଜିଲ୍ଲାରେ ସୁଚାରୁରୂପେ ସଂପନ୍ନ ହୋଇଯାଇଛି। ପରୀକ୍ଷାମୂଳକ ଭାବେ ଗତମାସ ୨୮ ଓ ୨୯ ତାରିଖରେ କେବଳ ୮ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ଗତ ୨ ତାରିଖରେ ଦେଶର ୧୨୫ଟି ଜିଲ୍ଲାରେ ପ୍ରଥମ ଦଫା ଡ୍ରାଏ ରନ୍‌ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ଚେନ୍ନାଇ ଠାରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକର ସାହାଯ୍ୟ ଲୋଡ଼ିଛନ୍ତି। କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ସହ ସଂପୃକ୍ତ ହିତାଧିକାରୀମାନଙ୍କୁ ବୁଝାସୁଝା କରିବା ଲାଗି ସ୍ବେଚ୍ଛାସେବୀ ସଂଗଠନମାନେ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ସେହିପରି ଦୀର୍ଘ ୫ ମାସ ତଳୁ ସରକାର ଟିକାକରଣ ବିଷୟରେ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ତଦନୁସାରେ ରାଜ୍ୟମାନେ ସେଥିପାଇଁ କେତେ ପ୍ରସ୍ତୁତ ଅଛନ୍ତି ତାହା ପରଖିବା ପାଇଁ ଏଭଳି ଡ୍ରାଏରନ୍‌ ହୋଇଥିଲା ବୋଲି ସେ କହିଛନ୍ତି।

The post ଟିକା ଯୋଗାଣ ପରଖିବା ପାଇଁ ସରିଲା ଦ୍ବିତୀୟ ‘ଡ୍ରାଏ-ରନ୍‌’ first appeared on Sambad.



from କରୋନା – Sambad https://ift.tt/3nrMyDT

Post a Comment

0 Comments