
ନୂଆଦିଲ୍ଲୀ : ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ଦିନରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଟିକା ନେଇଥିଲେ। ଗୁଲେରିଆ ଆଜି କହିଛନ୍ତି, ଟିକା ନେବାପରେ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି। ତାଙ୍କ ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ସକାଳୁ ସେ କାମ କରୁଛନ୍ତି ଏବଂ ବିଭିନ୍ନ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଦେଶରେ କୋଭିଡ୍ ମୃତ୍ୟୁ ହାର କମାଇବା ପାଇଁ ଗୁଲେରିଆ ଲୋକମାନଙ୍କୁ ଟିକା ନେବାପାଇଁ ଅନୁରୋଧ କରିଛନ୍ତି। ଗୁଲେରିଆ କହିଛନ୍ତି, ଯଦି ଆମକୁ କୋଭିଡ୍ ଯୁଗରୁ ବାହାରିବାକୁ ହେବ, ମୃତ୍ୟୁହାର କମାଇବାକୁ ହେବ, ଅର୍ଥନୀତିକୁ ସୁଧାରିବାକୁ ହେବ ଏବଂ ସ୍କୁଲ୍ ଖୋଲିବା ସହ ଜୀବନକୁ ପୁଣିଥରେ ସ୍ବାଭାବିକ କରିବାକୁ ହେବ ତେବେ ସମସ୍ତଙ୍କୁ ଟିକାକରଣ ପାଇଁ ଆଗେଇ ଆସିବାକୁ ପଡ଼ିବ। ଏହା ହେଲେ ହିଁ ଆମେ ଆଗକୁ ବଢ଼ିପାରିବା ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ତେବେ ଟିକା ନେବା ସଂକ୍ରାନ୍ତରେ ଆଲର୍ଜିକ୍ ରିଆକ୍ସନ୍ ସଂକ୍ରାନ୍ତରେ ନିଜର ମତ ରଖି ଗୁଲେରିଆ କହିଛନ୍ତି, ଯେ କୌଣସି ଔଷଧ ମଧ୍ୟ ଆଲର୍ଜିକ୍ ରିଆକ୍ସନ୍ କରିପାରେ। ଯେକୌଣସି ମେଡିସିନ୍ ନେଲେ ମଧ୍ୟ ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ। ଟିକା ନେବାପରେ ଦେଶ୍ରେ ଖୁବ୍ କମ୍ ଲୋକଙ୍କର ପାର୍ଶ୍ବ ପ୍ରତିକ୍ରିୟା ହେଉଛି ବୋଲି ସେ କହିଛନ୍ତି।
The post ଟିକା ନେବା ପରେ ମୁଁ ସମ୍ପୂର୍ଣ୍ଣ ଠିକ୍: ଏମ୍ସ ନିର୍ଦ୍ଦେଶକ first appeared on Sambad.
from କରୋନା – Sambad https://ift.tt/3o3dquk
0 Comments