ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୬୮ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୪୬ଜଣ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Covid-19 Report For 30th January, 2021
New Positive ositive Cases: 114
In quarantine: 68
Local contacts: 46(Details of local contacts will be shared by concerned Dist Administration)
District Wise Cases:
1. Angul: 8
2. Balasore: 7
3. Bargarh: 11
4. Balangir: 3— I & PR Department, Odisha (@IPR_Odisha) January 31, 2021
ଆଜି ଅନୁଗୁଳରୁ ୮ଜଣ, ବାଲେଶ୍ବରରୁ ୭ଜଣ, ବରଗଡ଼ରୁ ୧୧ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଯାଜପୁରରୁ ୬ଜଣ, ଝାରସୁଗୁଡ଼ାରୁ ୨ଜଣ, ଖୋର୍ଧାରୁ ୯ଜଣ, ମୟୁରଭଞ୍ଜରୁ ୫ଜଣ, ନବରଙ୍ଗପୁରୁ ଜଣେ, ନୂଆପଡ଼ାରୁ ୮ଜଣ, ପୁରୀରୁ ୮ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୪ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୧ଜଣ ଓ ଷ୍ଟେଟପୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଚିହ୍ନଟଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୦୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୧୯୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୧୧୫୧ଟି ସକ୍ରିୟ କରୋନା ମାମଲା ରହିଛି।
The post ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/3ahv1tn
0 Comments